ପେରୁରେ ୭.୩ ତୀବ୍ରତାର ଭୂକମ୍ପ, ସୁନାମୀ ଚେତାବନୀ

ଓ୍ଵାସିଂଟନ: ପେରୁରେ ଆଜି ୭.୩ ତୀବ୍ରତାର ଭୂକମ୍ପ ଆତଙ୍କ ସୃଷ୍ଟି କରିଛି। ଏହି ଭୂକମ୍ପ ଯୋଗୁଁ ସୁନାମୀ ଆଶଙ୍କା ଥିବାରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ପେରୁର ଦକ୍ଷିଣ ପଶ୍ଚିମ ତଟରେ ହୋଇଥିବା ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ମିଳିନାହିଁ। ପ୍ରଶାନ୍ତ କ୍ଷେତ୍ର ସୁନାମୀ ଚେତାବନୀ କେନ୍ଦ୍ର ସୁନାମୀ ଲହର ଆସିପାରେ ବୋଲି ଚେତାବନୀ ଦେଇଥିବାରୁ ତଟ ଅଂଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି । ପେରୁ ପ୍ରଶାନ୍ତ ମହାସାଗରରର ଭୂକମ୍ପ ପ୍ରବଳ ଅଂଚଳରେ ଆସୁଛି ଏବଂ ବିଗତ ବର୍ଷକ ମଧ୍ୟରେ ଆଜି ଭୂକମ୍ପ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର