ତାଇଓ୍ଵାନରେ ଭୂକମ୍ପ

ତାଇପେଇ:  ତାଇଓ୍ଵାନର ପୂର୍ବତଟରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଭଗ୍ନସ୍ତୁପ ତଳେ ୩୦ରୁ ଅଧିକ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି। ସୁରକ୍ଷା କର୍ମୀ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି । ତାଇଓ୍ଵାନର ୨ଟି ହେଟେଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରେ ପ୍ରାୟ ୬୦ ଜଣ ଆହତ ହୋଇଥିବା ଖବର ମିଳିଛି। ବନ୍ଦର ସହର ହୁଆଲିଏନ୍‌ ଠାରୁ ୨୧ କିମି ଭୂଗର୍ଭରେ ଏହି ଭୂମିକମ୍ପର କେନ୍ଦ୍ର ଥିବା ଆମେରିକା ଭୂତତ୍ତ୍ୱବିଜ୍ଞାନ ସର୍ଭେ ସଂସ୍ଥା ସୂତ୍ରରୁ ଜଣାପଡ଼ିଛି। ଲଗାତାର ଭାବେ ସପ୍ତାହକ ମଧ୍ୟରେ ତୃତୀୟ ଥର ପାଇଁ ଆଜି ତାଇଓ୍ଵାନ୍‌ରେ ଏଭଳି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଗତ ରବିବାର ଦିନ ମଧ୍ୟ ଏଠାରେ ୬.୦ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା।

ସମ୍ବନ୍ଧିତ ଖବର