ଉତ୍ତର ପ୍ରଦେଶରେ ଭୂମିକମ୍ପ; ଦିଲ୍ଲୀ ଓ କଶ୍ମୀରରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ: ବୁଧବାର ସକାଳେ ଉତ୍ତର ପ୍ରଦେଶର ଉତ୍ତର ବାଗପତ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୪. ୦। ଏହାର ପ୍ରଭାବରେ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଖୁବ୍‌ ଯୋର କମ୍ପନ ଅନୁଭୂତ ହୋଇଥିଲା।

କଶ୍ମୀରର ବିଭିନ୍ନ ଅଞ୍ଚରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଏହି ମୃଦୁ ଭୂକମ୍ପନର ଗଭୀରତା ଥିଲା ୫ କିଲୋମିଟର।
ଦିଲ୍ଲୀର ବହୁ ଲୋକେ ଟୁଇଟର୍‌ ଯୋଗେ ଭୂକମ୍ପନର ଅନୁଭୂତି ଲେଖିଛନ୍ତି। ପୂଜା ଶର୍ମା ନାମ୍ନା ଜଣେ ମହିଳା ଲେଖିଛନ୍ତି: କମ୍ପନ ଯୋଗୁଁ ଖଟ ଘୁଞ୍ଚିଯିବା ପରି ଲାଗିଲା।

ଆଜି ସକାଳେ ତାଜିକିସ୍ତାନରେ ମଧ୍ୟ ୪.୬ ତୀବ୍ର ଭୂକମ୍ପନ ଅନୁଭୂତ ହୋଇଛି।

ମହାରାଷ୍ଟ୍ରର ଖଣ୍ଡାଲା ଠାରେ ମଧ୍ୟ ୪ ତୀବ୍ରତା ସମ୍ପନ୍ନ ଭୂକମ୍ପନ ଅନୁଭୂତ ହୋଇଛି।

ଅନ୍ୟ ଜଣେ ଲେଖିଛନ୍ତି: ଭୂକମ୍ପ ଯୋଗୁଁ ତାଙ୍କର ନିଦ ଏତେ ସକାଳୁ ଭାଙ୍ଗିଯିବ ବୋଲି ସେ କଳ୍ପନା ବି କରି ନ ଥିଲେ।

 

ସମ୍ବନ୍ଧିତ ଖବର