ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପର ଝଟକା; ତୀବ୍ରତା ରିକ୍ଟର ସ୍କେଲରେ ୫.୮

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍‌ରେ ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଝଟକା ଲାଗିବା ପରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଘର, ଅଫିସ ଓ ଦୋକାନ ଭିତରୁ ଲୋକମାନେ ଦୌଡ଼ାଦୌଡ଼ି ହୋଇ ବାହାରକୁ ବାହାରି ଆସିଥିଲେ। ଏହି ଝଟକା ଏତେ ସ୍ୱଳ୍ପ ସମୟ ପାଇଁ ଥିଲା ଯେ କେହି କିଛି ବୁଝିବା ପୂର୍ବରୁ ବନ୍ଦ ହୋଇଯାଇଥିଲା।

ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ଥାନର ହିନ୍ଦୁକୃଷ କ୍ଷେତ୍ର ବୋଲି କୁହାଯାଉଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଛି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳି ନ ଥିଲା। ଏହି ଭୂକମ୍ପ କେନ୍ଦ୍ର ଆଫଗାନିସ୍ଥାନର ହିନ୍ଦୁକୃଷ ପର୍ବତ ଥିବାରୁ ଆଫଗାନିସ୍ଥାନ, ପାକିସ୍ତାନ ଓ ପୂର୍ବ ଉଜବେକିସ୍ତାନରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଠାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳି ନାହିଁ।

ସମ୍ବନ୍ଧିତ ଖବର