ଉତ୍ତର ଭାରତରେ ଭୂମିକମ୍ପ ଝଟକା

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବୁଧବାର ସନ୍ଧ୍ୟାରେ ଭୂମିକମ୍ପ ଅନୁଭୂତ ହୋଇଛି। ସୂଚନା ଅନୁସାରେ ଏନ୍‌ସିଆର ଓ ଉତ୍ତର ଭାରତରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ଭୂକମ୍ପ ଝଟକା ଦେଇଥିବାରୁ ଲୋକ ଭୟଭୀତ ହୋଇ ବାହାରକୁ ଦୌଡ଼ି ପଳାଇଛନ୍ତି। ଉତ୍ତରାଖଣ୍ଡର ବାଗେଶ୍ୱର, ରୁଦ୍ରପ୍ରୟାଗ, ହରିଦ୍ୱାରରେ ଭୂମିକମ୍ପ ହୋଇଛି। ସେହିଭଳି ଉତ୍ତରପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର