ଆଣ୍ଡାମାନ, ନିକୋବର ଓ ପଶ୍ଚିମବଙ୍ଗରେ ଭୂମିକମ୍ପ

ନୂଆଦିଲ୍ଲୀ: ରବିବାର ସକାଳ ପ୍ରାୟ ୭: ୪୯ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୪. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।
ପରେ ସକାଳ ପ୍ରାୟ ୧୦: ୩୯ରେ ପଶ୍ଚମବଙ୍ଗର ବାଙ୍କୁରାରେ ୪. ୮ ତୀବ୍ରତାସମ୍ପନ୍ନ ଆଉ ଏକ ଭୂମିକମ୍ପ ସଂଘଠିତ ହୋଇଥିଲା।

ଶନିବାର ପ୍ରତ୍ୟୁଷରେ ମଧ୍ୟ ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ୫.୦ ଓ ୪. ୮ ତୀବ୍ରତାସମ୍ପନ୍ନ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା।
ଅଳ୍ପ କିଛି ଦିନ ହେବ ଏଇ ଦ୍ୱୀପପୁଞ୍ଜରେ ବରାବର ଭୂମିକମ୍ପ ଅନୁଭୂତ ହେଉଛି।

ପଶ୍ଚମବଙ୍ଗରେ ହୋଇଥିବା ଭୂମିକମ୍ପ ଯୋଗୁଁ ଝାଡ଼ଖଣ୍ଡରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି।

ଝାଡ଼ଖଣ୍ଡର ଗରିଡ଼ିହ, ଜମତରା ଏବଂ ଦୁମ୍‌କା ଓ ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଦୁର୍ଗାପୁର ଏବଂ ବର୍ଦ୍ଦନରେ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି।

ଏଥିରେ କିଛି କ୍ଷୟକ୍ଷତି ହୋଇଥିବାର ଖବର ମଳିନାହିଁ।

ସମ୍ବନ୍ଧିତ ଖବର