ରାଜସ୍ଥାନର ସିକରରେ ଅନୁଭୂତ ହେଲା ୪.୦ ତୀବ୍ରତାର ଭୂମିକମ୍ପ

ସିକର : ରାଜସ୍ଥାନର ସିକର ଜିଲ୍ଲାରେ ରବିବାର ଭୋର୍‌ ସମୟରେ ୪.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୋର୍‌ ୫ଟା୧୧ମିନିଟ୍‌ରେ ଅନୁଭୂତ ହୋଇଥିବା ଭୂମିକମ୍ପ ସମଗ୍ର ସିକରକୁ ଦୋହଲାଇ ଦେଇଥିବା ଜଣା ପଡ଼ିଛି । ତେବେ ଏହି ଭୂମିକମ୍ପ ଦ୍ୱାରା କେହି ମୃତାହତ ହୋଇ ନଥିବା ସ୍ପଷ୍ଟ କରାଯାଇଛି । ଭୂମିକମ୍ପ ହେବା ସମୟରେ ଲୋକମାନେ ଶୋଇଥିବାରୁ ହଠାତ୍‌ ଏପରି ଘଟିବା ପରେ ସିକର ବାସିନ୍ଦା ଡ଼ରି ଘର ବାହାରକୁ ଚାଲି ଆସିଥିଲେ । ତେବେ ଭୂମିକମ୍ପର ତୀବ୍ରତା ସେତେ ଅଧିକ ନଥିବାରୁ ବିଶେଷ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ରବିବାର ରାଜସ୍ଥାନର ସିକରରେ ୪.୦ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ଶନିବାର ସକାଳ ୯ଟା ୪୩ମିନିଟ୍‌ରେ ନିକୋବର ଦ୍ୱୀପପୁଞ୍ଜରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ଏହି ଭୂମିକମ୍ପରେ କୌଣସି ବିଶେଷ କ୍ଷତି ହୋଇ ନଥିବା ସୂଚନା ପ୍ରାଥମିକ ସୂଚନାରୁ ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର