ହରିୟାଣାରେ ଭୂମିକମ୍ପ, ଦିଲ୍ଲୀରେ ଝଟ୍‌କା

ନୂଆଦିଲ୍ଲୀ: ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଆଜି ରାତିରେ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାରେ ରୋହତକ ନିକଟରେ ରହିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା। ରୋହତକର ପୂର୍ବ ଓ ଦକ୍ଷିଣ ପୂର୍ବରେ ୧୬ କିମି ଦୂରରେ ୫କିମି ଗଭୀରତାରେ ଏହି ଭୂମିକମ୍ପ ପ୍ରଥମେ ରାତି ୯ଟା ୮ ମିନିଟରେ ହୋଇଥିଲା ବୋଲି ଜାତୀୟ ଭୂକମ୍ପ ଅଧ୍ୟୟନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୂମିକମ୍ପ ‌ପରେ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଧନଜୀବନ କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ କିଛି ଜଣାପଡ଼ିନାହିଁ।

ଏହା ପୂର୍ବରୁ ଚଳିତ ମାସ ୧୫ ତାରିଖରେ ଦିଲ୍ଲୀର ଉତ୍ତର ପଶ୍ଚିମ ଦିଗରେ ୧୩ କିମି ଦୂରରେ ଏକ ଭୂମିକମ୍ପ ହୋଇଥିଲା। ସେହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୨ ରହିଥିଲା। ତାହା ପୂର୍ବରୁ ଚଳିତମାସ ୧୦ ତାରିଖରେ ମଧ୍ୟ ଉତ୍ତର ପୂର୍ବ ଦିଲ୍ଲୀରେ ୩.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହି ଦୃଷ୍ଟିରେ ଦେଖିଲେ ଚଳିତମାସରେ ଦିଲ୍ଲୀରେ ଏହା ଥିଲା ତୃତୀୟ ଭୂମିକମ୍ପ।

ସମ୍ବନ୍ଧିତ ଖବର