ନୂଆଦିଲ୍ଲୀ: ନିକୋବାରରେ ଆଜି ଅପରାହ୍ଣରେ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି (ଗୁରୁବାର) ଅପରାହ୍ଣ ୧ଟା ୪୩ ମିନିଟ ସମୟରେ ନିକୋବାରରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୪.୭ ଥିବା ଜାଣିବାକୁ ମିଳିଛି। ତେବେ, ଏହି ଭୂମିକମ୍ପ ଦ୍ୱରାରା କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ କିମ୍ବା ଭୂମିକମ୍ପ ପରିପ୍ରେକ୍ଷୀରେ ସୁନାମୀ ନେଇ କୌଣସି ପ୍ରକାରର ସତର୍କ ସୂଚନା ଜାରି କରାଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
Earthquake with a magnitude of 4.7 on the Richter scale hit Nicobar Island region at 1.43 pm.
— ANI (@ANI) August 16, 2018
ଭାରତୀୟ ଉପ ମହାଦେଶରେ ଭୂମିକମ୍ପର ଅନୁଧ୍ୟାନ କରୁଥିବା ଭାରତୀୟ ପାରିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କହୁଯାଇଛି ଯେ ଆଜି ନିକୋପାରରେ ଅନୁଭୂତ ହୋଇଥିବା ଭୂମିକମ୍ପ କାଟାଗୋରି ୪ ଶ୍ରେଣୀର ଥିଲା ଓ ଏହି ଭୂମିକମ୍ପର ଉତ୍ପତ୍ତି ସ୍ଥଳ ନିକୋବାର ଠାରୁ ୭୦ କିଲୋମିଟର ଦୂର ସମୁଦ୍ର ତଳେ ରହିଥିଲା। ଅନ୍ୟପକ୍ଷରେ ପୋର୍ଟ ବ୍ଲେୟାର ନିକଟରେ ଏହି ଭୂମିକମ୍ପ ପହଞ୍ଚିବା ବେଳକୁ ଏହାର ଝଟକା ଆଉ ଅନୁଭୂତ ହୋଇ ନଥିଲା। ପୋର୍ଟ ବ୍ଲେୟାର ଓ ମାୟା ବନ୍ଦର ନିକଟରେ ଏହି ଭୂମିକମ୍ପ ପହଞ୍ଚିବା ବେଳକୁ ଏହା କାଟାଗୋରି ୧ ଶ୍ରେଣୀକୁ ଚାଲି ଆସିଥିଲା।