ଜମ୍ମୁ କଶ୍ମୀରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୬

ଶ୍ରୀନଗର: ଜମ୍ମୁ କଶ୍ମୀରରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିଲା। ଜାତୀୟ ରାଜଧାନୀ ନୂଆଦିଲ୍ଲୀ-ଏନ୍‌ସିଆରରେ ମଧ୍ୟ ଆଜି ରାତି ଭୂ-କମ୍ପ ଅନୁଭୂତ ହୋଇଛି। ପଶ୍ଚିମ କଶ୍ମୀର ଭୂ-କମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଇଛି। ଭାରତ ବ୍ୟତୀତ ପାକିସ୍ତାନର ଇସଲାମାବାଦ, ଲାହୋର ଏବଂ ରାଓଲପିଣ୍ଡିରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର