ହରିୟାନା, ଜମ୍ମୁ ଓ କଶ୍ମୀରରେ ଭୂମିକମ୍ପ

0 140

ନୂଆଦିଲ୍ଲୀ: ବୁଧବାର ପ୍ରତ୍ୟୁଷରେ ହରିୟାନା ଏବଂ ଜମ୍ମୁ ଓ କଶ୍ମୀରରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି।

ପ୍ରଥମ ଭୂମିକମ୍ପ ଭୋର୍‌ ପ୍ରାୟ ୫ଟା ୧୫ ମିନିଟ୍‌ ସମୟରେ ଜମ୍ମୁ ଓ କଶ୍ମୀରରେ ଅନୁଭୂତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪. ୬। ଭାରତୀୟ ପାଣିପାଗ ସଂସ୍ଥାନ ମତରେ, ଉତ୍ତରକୁ ୩୫. ୬ଂ ଅକ୍ଷାଂଶ ଓ ପୂର୍ବକୁ ୭୬. ୩ଂ ଦ୍ରାଘିମାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଭୂଗର୍ଭର ୧୭୪ କିଲୋମିଟର୍‌ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା।

ଅନ୍ୟ ଭୂମିକମ୍ପଟି ଭୋର୍‌ ୫. ୪୩ ମିନିଟ୍‌ରେ ହରିୟାନାର ଝାଜ୍ଜର୍‌ ଠାରେ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୩. ୧।

ଭାରତୀୟ ପାଣିପାଗ ସଂସ୍ଥାନ କହିବାନୁସାରେ, ଉତ୍ତରକୁ ୨୮. ୬ଂ ଅକ୍ଷାଂଶ ଏବଂ ପୂର୍ବକୁ ୭୬. ୮ଂ ଦ୍ରାଘିମାର ଭୂଗର୍ଭର ୫ କିଲୋମିଟର୍‌ରେ ଥିଲା ଏହାର କେନ୍ଦ୍ରସ୍ଥଳ।

ଉଭୟ ଭୂମିକମ୍ପ ଯୋଗୁଁ ହୋଇଥିବା କୌଣସି କ୍ଷୟକ୍ଷତିର ବିବରଣୀ ହଠାତ୍‌ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.