ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅନ୍ତର୍ଗତ କାର ନିକୋବର ଦ୍ୱୀପରୁ ଭାରତୀୟ ସେନା ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ କରିଛି । ଗତ ବୁଧବାରଦିନ ଭାରତର ତିନି ସେନାର ମିଳିତ ଅଭ୍ୟାସ ସମୟରେ ଏହାର ପରୀକ୍ଷା କରାଯାଇଥିଲା । ୨୭୦ କିଲୋମିଟର ଦୂରରେ ଥିବା ଏକ ସ୍ୱତନ୍ତ୍ର ଟାର୍ଗେଟକୁ ଏହି ମିସାଇଲ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିଥିଲା । ଏହି ପରୀକ୍ଷଣକୁ ତିନି ସେନାର ବରିଷ୍ଠ ଅଧିକାରୀମାନେ ନିରୀକ୍ଷଣ କରିଥିଲେ । ଅପରାହ୍ଣ ୨ଟା ୩୦ ମିନିଟରେ ଏହି ପରୀକ୍ଷଣ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
A BrahMos Missile was successfully test-fired by a Unit of #EasternCommand, #Indian Army from Car Nicobar Islands at 1450 h on 22 May as part of jt trg with @IAF_MCC & @indiannavy demonstrating synergized #jointmanship @adgpi @SpokespersonMoD pic.twitter.com/CqvnYgOVxo
— EasternCommand_IA (@easterncomd) May 24, 2019
ସେହି ଦିନ ଭାରତୀୟ ବାୟୁସେନା ନିଜର ଲଢ଼ୁଆ ବିମାନ ସୁଖୋଇ- ୩୦ ବିମାନରୁ ପ୍ରଥମ ଥର ପାଇଁ ସଫଳାତା ପୂର୍ବକ ଲକ୍ଷ୍ୟଭେଦୀ ବ୍ରହ୍ମୋସ୍ ମିସାଇଲ ବା କ୍ଷେପଣାସ୍ତ୍ରକୁ ନିକ୍ଷେପ କରିଥିଲା । ହି ସଫଳତା ହାସଲ କରିବା ପରେ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବାୟୁସେନା ଏବେ ଆକାଶ ପଥରେ ‘ଷ୍ଟାଣ୍ଡ-ଅଫ୍ ରେଞ୍ଜ’ ମଧ୍ୟରେ ରହି ସମୁଦ୍ର ଉପରରେ ଓ ଭୂପୃଷ୍ଠ ଉପରେ ରହିଥିବା ଟାର୍ଗେଟଗୁଡ଼ିକ ଉପରକୁ ‘ପିନ୍ ପଏଣ୍ଟ’ ଭାବେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ସେଗୁଡ଼ିକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେଇ ପାରିବେ।