ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବିବାଦୀୟ ବୟାନ : ହତ୍ୟା କରିବାକୁ ପଛାଅ ନାହିଁ, ଆମେ ବୁଝିବୁ

ନୂଆଦିଲ୍ଲୀ : ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ କୁଳପତି ରାଜାରାମ୍‌ ଯାଦବଙ୍କ ଏକ ବିବାଦୀୟ ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓରେ ଯାଦବ ଛାତ୍ରଙ୍କୁ କହୁଛନ୍ତି ଯଦି ତୁମ ସହ କେହି ଝଗଡ଼ା କରେ ତେବେ ଆବଶ୍ୟକ ହେଲେ ତାକୁ ହତ୍ୟା କରିବାକୁ ପଛାଅ ନାହିଁ। ଏହା ପରେ ଯାହା ‌ହେବ ଆମେ ସେକଥା ବୁଝିବୁ। ସେ ଗାଜିପୁରରେ ଏକ କାର୍ଯ୍ୟକ୍ରମରେ ଏଭଳି କହିଥିବା ଜଣାପଡ଼ିଛି। ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହୋଇଛି। କୁଳପତିଙ୍କ ଏଭଳି ବୟାନକୁ ବିଭିନ୍ନ ମହଲ ସମା‌ଲୋଚନା କରିଛନ୍ତି। ଜଣେ କୁଳପତି ଏଭଳି ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ୟୁପି ମନ୍ତ୍ରୀ ସିଦ୍ଧାର୍ଥ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର