ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ରାଜନୈତିକ ବିଜ୍ଞାପନ ବ୍ଲକ୍‌ କରିବାକୁ ଫେସ୍‌ବୁକ୍‌କୁ କହିଲେ ନିର୍ବାଚନ କମିସନ୍‌

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାର ୪୮ ଘଣ୍ଟା ପୂର୍ବରୁ ରାଜନୈତିକ ବିଜ୍ଞାପନ ବ୍ଲକ୍‌ କରାଯାଇଛି କି, ନାହିଁ ତାହା ଯାଞ୍ଚ କରିବାକୁ ଫେସ୍‌ବୁକ୍‌କୁ କହିଛନ୍ତି ନିର୍ବାଚନ କମିସନ୍‌। ଏ ପର୍ଯ୍ୟନ୍ତ ଫେସ୍‌ବୁକ୍‌ ଏହାର କୌଣସି ଉତ୍ତର ଦେଇ ନ ଥିଲେ ମଧ୍ୟ ଏ ବିଷୟ ଉପରେ ପରୀକ୍ଷା କରୁଛି।

୧୯୫୧ ମସିହା ଜନପ୍ରତିନିଧି ଆଇନ୍ର ୧୨୬ ଅନୁଭାଗରେ ଥିବା ବ୍ୟବସ୍ଥା ଉପରେ ଅଧ୍ୟୟନ କରିବା ନିମନ୍ତେ ଭାରତର ନିର୍ବାଚନ କମିସନ୍‌ ଗଠନ କରିଥିବା ଏକ କମିଟିର ବୈଠକ ବସିଥିଲା ଜୁନ୍‌ ୪ ତାରିଖ ଦିନ। ଏଥିରେ ଫେସ୍‌ବୁକ୍‌ ତରଫରୁ ଆସିଥିବା ପ୍ରତିନିଧି ଜଣକ ରାଜନୈତିକ ବିଜ୍ଞାପନ ନିର୍ବାଚନ ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗର ଯାଞ୍ଚ କରିବେ ବୋଲି ରାଜି ହୋଇଛନ୍ତି।

ସମ୍ପ୍ରତି ଫେସ୍‌ବୁକ୍‌ ବ୍ୟବହାରକାରୀମାନେ ପୋଷ୍ଟ୍‌ କରୁଥିବା କଣ୍ଟେଣ୍ଟ୍‌ଗୁଡ଼ିକୁ ଏବେ ଦେଖୁଥିବା ୭, ୫୦୦ ଲୋକଙ୍କ ଠାରୁ ଅଧିକ ସଂଖ୍ୟକ ଲୋକ ଦେଖି ପାରିବେ କି, ନାହିଁ ବୋଲି ଫେସ୍‌ବୁକ୍‌ ସମୀକ୍ଷକମାନେ କରିଥିବା ଅଭିଯୋଗର ଉପରେ ମଧ୍ୟ ଯାଞ୍ଚ କରାଯିବ ବୋଲି ପ୍ରତିନିଧି ଜଣକ ରାଜି ହୋଇଥିଲେ।

ସେ କହିଥିଲେ କି, ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରାଯାଇଥିବା କଣ୍ଟେଣ୍ଟ୍‌ ଉପରେ ଆପତ୍ତି ଉଠାଇ ହେବ। ସେ ଅଭିଯୋଗକୁ ବିଶ୍ୱ ଗୋଷ୍ଠୀ ମାନକ ଆଧରରେ ସମୀକ୍ଷା କରାଯିବ। ଯଦି ପୋଷ୍ଟ୍‍ କରାଯାଇଥିବା କଣ୍ଟେଣ୍ଟ୍‌ ଏହି ମାନକ ଉଲ୍ଲଂଘନ କରୁଥାଏ ତେବେ ସେ ସବୁକୁ ଉଠାଇ ଦିଆଯିବ।

ସମ୍ବନ୍ଧିତ ଖବର