ଇସିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ମାମଲା : ଓଡ଼ିଶାରୁ ୧୧୯ ଜଣଙ୍କ ଉପରୁ କଟକଣା ହଟିବ

ନୂଆଦିଲ୍ଲୀ : ଜାନୁଆରି ୨୦୨୧ ସୁଦ୍ଧା ଓଡ଼ିଶାରୁ ନିର୍ବାଚନ କମିସନ୍‌ (ଇସି)ଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୧୧୯ ଜଣଙ୍କ ଉପରୁ କଟକଣା ହଟିବ। ସେଥିମଧ୍ୟରୁ ଚଳିତ ବର୍ଷ ଶେଷସୁଦ୍ଧା ୯୬ ଜଣ, ୨୦୧୯ରେ ୮ ଜଣ, ୨୦୨୦ରେ ୮ ଜଣ ଏବଂ ୨୦୨୧ରେ ୭ ଜଣ ବ୍ୟକ୍ତିମାନଙ୍କ ଉପରୁ କଟକଣା ହଟିବ।

ଗତ ୨୦୧୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏହି ବ୍ୟକ୍ତିମାନେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ କମିସନ୍‌ଙ୍କ ନିୟମ ଅନୁଯାୟୀ ନିର୍ବାଚନ ଫଳାଫଳ ଘୋଷଣା ହେବାର ୩୦ ଦିନ ପରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦାଖଲ କରିବାକୁ ପଡ଼ିଥାଏ, ନଚେତ୍‌ ସେମାନଙ୍କୁ ରିଜର୍ବେସନ୍‌ ଅଫ୍‌ ପିପୁଲ୍ସ ଆକ୍ଟ ୧୯୫୧ର ସେକ୍ସନ୍‌ ୧୦ (କ) ଅନ୍ତର୍ଗତ ୩ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରାଯାଇଥାଏ। ଅଯୋଗ୍ୟ ଘୋଷିତ ଅବଧି ସମୟରେ ସେମାନେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଉଲ୍ଲେଖଯୋଗ୍ୟ ୧୧୯ ଜଣ ବ୍ୟକ୍ତିମାନେ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦାଖଲ କରିନଥିବାରୁ ଇସିଙ୍କ ଦ୍ୱାରା କଟକଣା ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର