ରେଳ ଏବଂ ବିମାନ ଚଳାଚଳ ମନ୍ତ୍ରାଳୟକୁ ଇସି ନୋଟିସ୍‌

ନୂଆଦିଲ୍ଲୀ : ରେଳ ଟିକେଟ ଏବଂ ବିମାନ ବେ‌ାର୍ଡିଂ ପାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌େମାଦୀଙ୍କ ଫଟୋ। ଏହା ନିର୍ବାଚନ ଆରଚଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହେବାରୁ ଏହାକୁ ଗୁରୁତ୍ବର ସହିତ ନେଇଛନ୍ତି ନିର୍ବାଚନ କମିସନ (ଇସି)। ଆଜି ଏସଂପର୍କରେ କମିସନଙ୍କ ପକ୍ଷରୁ ରେଳ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ନୋଟିସ୍‌ ଜାରି କରାଯାଇଛି। ୨୪ ଘଣ୍ଟା ଭିତରେ ଏହାର ଜବାବ ଦେବାଲାଗି ସେମାନଙ୍କୁ ନିର୍ଦେଶ ଦିଆଯାଇଛି।

ରେଳ ଏବଂ ବିମାନ ଜଳାଚଳ ବିଭାଗକୁ ପୃଥକ ପୃଥକ ଭ‌ାବେ ନୋଟିସ ଦିଆଯାଇଛି। ରେଳ ବିଭାଗକୁ ଦିଆଯାଇଥିବା ନୋଟିସରେ କୁହାଯାଇଛି ଯେ ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଚା’ କପରେ ‘ଚୌକିଦାର’ ସ୍ଲୋଗାନ୍‌ ଥିବାର ଅଭିଯୋଗ ହୋଇଛି। କେତେକ ଟ୍ରେନ ଟିକଟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଛି। ଏହି ଫଟୋ ଓ ସ୍ଲୋଗାନକୁ ହଟାଇବା ସହିତ ଉକ୍ତ ନୋଟିସର ଜବାବ ତୁରନ୍ତ ଦେବାକୁ କୁହାଯାଉଛି।

ସେହିଭଳି ମଦୁରାଇ ବିମାନବନ୍ଦରରେ ବୋର୍ଡିଂ ପାସ୍‌ରେ ମୋଦୀଙ୍କ ଫଟୋ ଲାଗିବା ପ୍ରସଙ୍ଗରେ ମଧ୍ୟ କମିସନ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରୁ ଜବାବ ମାଗିଛନ୍ତି। ଶତାବ୍ଦୀ ଟ୍ରେନ୍‌ରେ ଯାତ୍ରୀଙ୍କୁ ‘ମୁଁ ବି ଚୌକିଦାର’ ସ୍ଲୋଗାନ୍‌ ଥିବା ଏକ ଚା’ କପ୍‌ରେ ଚା’ ଦିଆଯାଉଥିବା ଜଣାପଡ଼ିବା ପରେ କମିସନ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଉଭୟ ରେଳ ଏବଂ ‌ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି।

ରେଲ ଟି‌େକଟ ଏବଂ ବିମାନ ବୋର୍ଡିଂ ପାସରୁ କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଯାଇ ନାହିଁ ବୋଲି ଗତ ୨୭ ତାରିଖ ଦିନ ନିର୍ବାଚନ କମିସନ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଇତିମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଛେି ଯେ ବୋର୍ଡିଂ ପାସରୁ ମୋଦୀଙ୍କ ଫଟୋ ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର