ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କ ଫଟୋ ଥିବା ପୋଷ୍ଟର୍‌ ପୋଷ୍ଟ୍‍ କରିଥିବାରୁ ବିଜେପି ବିଧାୟକଙ୍କୁ ନୋଟିସ୍‌ ଦେଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ନିଜର, ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ବାୟୁସେନା ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ଥିବା ଦୁଇଟି ପୋଷ୍ଟର୍‌ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିଥିବାରୁ ନିର୍ବାଚନ କମିସନ ଦିଲ୍ଲୀର ବିଜେପି ବିଧାୟକ ଓମ୍‌ ପ୍ରକାଶ ଶର୍ମାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି।

ପୋଷ୍ଟ୍‍ ଦୁଇଟିକୁ ପ୍ରତ୍ୟାହାର କରି ନେବାକୁ କହି ନିର୍ବାଚନ କମିସନ ତାଙ୍କୁ ଗୁରୁବାର ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି।

ଏପ୍ରିଲ୍‌ ୧୧ ତାରିଖରୁ ଲୋକସଭା ନିର୍ବାଚନ ଆରମ୍ଭ ହୋଇ ମେ ୧୯ ଯାଏଁ ଚାଲିବ। ଦିଲ୍ଲୀରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ।
ମାର୍ଚ ପହିଲା ଦିନ ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଥିବା ଏ ପୋଷ୍ଟର୍‌ ଦୁଇଟିରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ମୁଖ୍ୟ ଅମିତ ଶାହା, ଭାରତୀୟ ବାୟୁସେନା ଅଧିକାରୀ ଏବଂ ଦିଲ୍ଲୀ ବିଧାନସଭାର ବିଶ୍ୱାସ ନଗର ଆସନର ପ୍ରତିନିଧିତ୍ୱ କରୁଥିବା ବିଧାୟକ ଶର୍ମାଙ୍କର ଫଟୋଚିତ୍ର ରହିଛି।

ଶାହାଦରା ଜିଲ୍ଲା ମାଜିଷ୍ଟ୍ରେଟ୍‌ କେ ଏମ୍‌ ମହେଶ କହିଛନ୍ତି ମାର୍ଚ ୧୧ ତାରିଖ ଦିନ ଆମେ ଶର୍ମାଙ୍କ ନିକଟକୁ କାରଣ ଦର୍ଶାଆ ନୋଟିସ ପଠାଇଛୁ।

ସମ୍ବନ୍ଧିତ ଖବର