ମୋଦୀଙ୍କ ଭାଷଣ ପାଇଁ ଇସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଲାଟୁରରେ ଅନୁଷ୍ଠିତ ରୢାଲିରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ଜବାବରେ ଭାରତୀୟ ବାୟୁସେନାର ବାଲାକୋଟ ବିମାନ ଆକ୍ରମଣ ପ୍ରସଙ୍ଗ ଉଠାଇ ବୀର ଯବାନଙ୍କ ନାମରେ ଭୋଟ୍‌ ଦେବାକୁ ଯୁବ ଭୋଟର୍‌ମାନଙ୍କୁ ଆହ୍ବାନ ଦେଇଥିଲେ। ନିର୍ବାଚନ କମିସନଙ୍କ ନଜରକୁ ଏହି ମାମଲା ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯାଞ୍ଚ କରି ଏହାର ବିସ୍ତୃତ ରିପୋର୍ଟ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର