ଆନ୍ଧ୍ର ପ୍ରଦେଶ ମୁଖ୍ୟ ସଚିବଙ୍କ ବଦଳି କଲେ ନିର୍ବାଚନ କମିସନ

ବିଜୟୱାଡ଼ା : ନିର୍ବାଚନ କମିସନ ଶୁକ୍ରବାର ରାତିରେ ଆନ୍ଧ୍ର ପ୍ରଦେଶ ମୁଖ୍ୟ ଶାସନ ସଚିବ ଅନିଲ ଚନ୍ଦ୍ର ପୁନେଥାଙ୍କୁ ବଦଳି କରିଛନ୍ତି। ପୁନେଥାଙ୍କ ସ୍ଥାନରେ ଏଲ ଭି ସୁବ୍ରମଣ୍ୟମଙ୍କୁ ନୂଆ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପୁନେଥାଙ୍କୁ ଏକ ଅଣ ନିର୍ବାଚନ ପଦବିକୁ ବଦଳି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଗୋପାଳ କୃଷ୍ଣ ଦ୍ବିବେଦୀ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଯାହା କରିଲେ ‌ମଧ୍ୟ ସେ ମୁଣ୍ଡ ନୁଆଁଇବେ ନାହିଁ।

ସମ୍ବନ୍ଧିତ ଖବର