ଆର୍ଥିକ ସଂକଟ ସତ୍ତ୍ୱେ ପ୍ରତିରକ୍ଷା ବଜେଟ କ୍ଷେତ୍ରରେ ଭାରତ ସହ ପ୍ରତିଯୋଗିତା କରିବାକୁ ଚାହୁଁଛି ପାକିସ୍ତାନ

ଇସ୍ଲାମାବାଦ : ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ଏବେ ଚୀନ ଓ ସାଉଦି ଆରବର ସହାୟତାରେ ତିଷ୍ଠି ରହିଛି । ଏହା ସତ୍ତ୍ୱେ ପାକିସ୍ତାନ ଭାରତର ପ୍ରତିରକ୍ଷା ବଜେଟ ସହ ନିଜକୁ ତୁଳନା କରୁଛି ଓ ବଜେଟ ବଢାଇବାକୁ ଯୋଜନା କରୁଛି ।

ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ନିଜର ପ୍ରତିରକ୍ଷା ବଜେଟକୁ କମାଇହେବ ନାହିଁ । କାରଣ ଭାରତ ପ୍ରଭୃତି ପାକିସ୍ତାନର ପଡେଶୀ ଦେଶମାନଙ୍କ ପ୍ରତିରକ୍ଷା ବଜେଟ ବହୁତ ବଢିଯାଇଛି । ଏଣୁ ଦେଶର ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ବଜେଟକୁ କମାଇବା ବଦଳରେ ବଢାଇବାକୁ ପଡିବ । ପ୍ରତିରକ୍ଷା ବଜେଟ ବଢାଇଲେ କେତେକ ଲୋକ ବିରୋଧ କରିପାରନ୍ତି, କିନ୍ତୁ ଦେଶର ସ୍ୱାର୍ଥ ପାଇଁ ଆମକୁ ଏହା କରିବାକୁ ପଡିବ । ଆମକୁ ରାଜସ୍ୱ ବଢାଇ ପ୍ରତିରକ୍ଷା ଖର୍ଚ୍ଚକୁ ବଢାଇବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ କାମଚଳା ବଜେଟରେ ଭାରତର ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩ଲକ୍ଷ କୋଟି ଟପିଯାଇଥିଲା । କିନ୍ତୁ ଜିଡିପିର ପ୍ରତିଶତ ଅନୁସାରେ ଭାରତର ପ୍ରତିରକ୍ଷା ବଜେଟ ଜିଡିପିର ମାତ୍ର ୧.୫ ପ୍ରତିଶତ ଥିବାବେଳେ ପାକିସ୍ତାନର ପ୍ରତିରକ୍ଷା ବଜେଟ ଜିଡିପିର ୨.୫ ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର