ଗୁରୁଗ୍ରାମରୁ ଆତଙ୍କବାଦୀ ହାଫିଜ ସଇଦ ଅର୍ଥରେ କିଣାଯାଇଥିବା ବଙ୍ଗଳାକୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁଗ୍ରାମରୁ ଲସ୍କର ପ୍ରମୁଖ ହାପିଜ ସଇଦ ସହିତ ଜଡ଼ିତ ଥିବା ଏକ ବଙ୍ଗଳାକୁ  ଜବତ କରିଛି। ଜବତ ହୋଇଥିବା ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୧.୦୩କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ବଙ୍ଗଳା ଶ୍ରୀନଗରର ବ୍ୟବସାୟୀ ଜହୁର ଅହମ୍‌ ଶାହ ଓ୍ଵଟାଲିର ଥିଲା,  ଯାହାକୁ କିଣିବା ଲାଗି  ହାଫିଜ ସଇଦ ଟଙ୍କା ଯୋଗାଇ ଥିଲା।

ଲସ୍କର ପ୍ରମୁଖ ହାଫିଜ ସଇଦ ମୁମ୍ବାଇରେ ହୋଇଥିବା ୨୦୦୮ର ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା। ଏହାପୂର୍ବରୁ ଓ୍ଵାଟଲିକୁ ଏନ୍‌ଆଇଏ ଅଗଷ୍ଟରେ ଟେରର ଫଣ୍ଡିଂ ମାମଲାରେ ଗିରଫ କରି ନେଇଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ କହିବାନୁସାରେ, ବଙ୍ଗଳାଟି କିଣିବା ଲାଗି ପାକିସ୍ତାନସ୍ଥିତ ଫଲାଇ-ଏ-ଇନ୍‌ସାନିୟତ ଫାଉଣ୍ଡେସନ୍‌ ପକ୍ଷରୁ ଟଙ୍କା ଦିଆ ଯାଇଥିଲା। ଏହି ଫାଉଣ୍ଡେସନ୍‌କୁ ସଇଦ ହିଁ ପରିଚାଳିତ କରୁଥିଲା। ଏନ୍‌ଆଇଏର ଯାଞ୍ଚ ଆଧାରରେ ଇଡି ମାମଲା ରୁଜୁ କରିଥିଲା। ଏହାପରେ ମନି ଲଣ୍ଡ୍ରିଂର ଯାଞ୍ଚ କରାଯାଇଥିଲା। ଇଡିଙ୍କୁ ଏଥିସହିତ ସୂଚନା ମିଳିଥିଲା କି, ସଲମାନ ନାମକ ବ୍ୟକ୍ତିଙ୍କୁ ବି ପାକିସ୍ତାନର ଏଫ୍‌ଆଇଏଫ୍‌ ଓ ୟୁଏଇ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଟଙ୍କା .ଯୋଗାଉଥିଲେ।

ସମ୍ବନ୍ଧିତ ଖବର