ସୁପ୍ରିମକୋର୍ଟରୁ ଚିଦମ୍ବରମଙ୍କୁ ସାମାନ୍ୟ ଆଶ୍ୱସ୍ତି, ସୋମବାର ପର୍ଯ୍ୟନ୍ତ ଇଡି ଗିରଫ କରିପାରିବ ନାହିଁ

ନୂଆଦିଲ୍ଲୀ : ଆସନ୍ତା ସୋମବାର ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ ଅର୍ଥ ଓ ଗୃହମନ୍ତ୍ରୀ ପି.ଚିଦମ୍ବରମଙ୍କୁ ଆଜି ସୁପ୍ରିମକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ତାଙ୍କୁ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡି ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି । ଜଷ୍ଟିସ ଆର.ଭାନୁମତୀ ଓ ଜଷ୍ଟିସ ଏଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇ କହିଛନ୍ତି ଯେ ଚିଦମ୍ବରମ ପୂର୍ବରୁ ସବୁବେଳେ ଇଡିକୁ ତଦନ୍ତରେ ଅଧିକାରୀମାନଙ୍କୁ ସହଯୋଗ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ରାୟର ଅର୍ଥ ହେଉଛି ସେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଇଡି ଚିଦମ୍ବରମଙ୍କୁ ଗିରଫ କରିପାରିବ ନାହିଁ । ତେବେ ସୋମବାର ପର୍ଯ୍ୟନ୍ତ ସେ ସିବିଆଇ ରିମାଣ୍ଡରେ ରହିବେ । ସୁପ୍ରିମ କୋର୍ଟ ମଧ୍ୟ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦେଇଥିବା ୪ ଦିନିଆ ସିବିଆଇ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଦାଏର ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ କପିଲ ସିବ୍ଦଲ ଓ ଅଭିଷେକ ମନୁସିଂଘଭୀ ମାମଲା ଦାଏର କରିଥିଲେ । ଚିଦମ୍ବରମ ସହଯୋଗ କରିଆସିଥିବା ସୁପ୍ରିମକୋର୍ଟ କହିଥିବାବେଳେ ସେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ସିବିଆଇ କହିଆସୁଛି ।

ସମ୍ବନ୍ଧିତ ଖବର