ଆଇଏନ୍‌ଏକ୍ସ୍‍ ମିଡିଆ ମାମଲା ସଂକ୍ରାନ୍ତରେ ପି ଚିଦାମ୍ବରମ୍‌ଙ୍କୁ ପଚରା ଉଚୁରା କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଆଇଏନ୍‌ଏକ୍ସ ମିଡିଆ କଳାଟଙ୍କା ଧଳା କରାଯିବା ମାମଲା ସଂକ୍ରାନ୍ତରେ ପଚରା ଉଚୁରା କରାଯାଇଥିଲା।

ଡିସେମ୍ବର ମାସରୁ ଏଯାବତ୍‌ ଆଇଏନ୍‌ଏକ୍ସ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ତିନି ଥର ପ୍ରଶ୍ନ ପଚରା ଗଲାଣି। ଏୟାର୍‌ସେଲ୍‌-ମାକ୍ସିସ୍‌କୁ ଏଫ୍‌ଡିଆଇ ଅନୁମୋଦନ ଦେବା ସଂକ୍ରାନ୍ତ ଅନ୍ୟ ଏକ ମାମଲାରେ ମଧ୍ୟ ତାଙ୍କୁ ବହୁଥର ପଚରା ଉଚୁରା କରାଯାଇଛି। ତାଙ୍କୁ ପୁଅ ଓ ତା’ର କମ୍ପାନି ସହ ସମ୍ପୃକ୍ତି ଥିବା କେତେକ ନିର୍ଦ୍ଦିଷ୍ଟ କାରବାରର ସବିଶେଷ ବିବରଣୀ ଦାଖଲ କରିଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ କହୁଥିଲେ ବି ବିଶେଷସୂତ୍ରରୁ ଜଣାପଡ଼ିଥିବା ଖବର ଅନୁସାରେ ପି ଚିଦାମ୍ବରମ୍‌ ଏଯାଏଁ କୌଣସି ସ୍ପଷ୍ଟ ବିବରଣୀ ଦେଇ ନାହାନ୍ତି।

କାର୍ତି ପ୍ରତ୍ୟକ୍ଷ ଭାବେ ପି ଚିଦାମ୍ବରମ୍‌ଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଇଥିବା କେତେକ କାରବାର ସଂକ୍ରାନ୍ତରେ ଚିଦାମ୍ବରମ୍‌କୁ ବୁଝାଇ କହିବାକୁ ପଡ଼ିବ। ପୁଅର ସମସ୍ତ କାରବାର ଠାରୁ ତାଙ୍କର ସମ୍ପୃକ୍ତି ନ ଥିବା କଥା ଏ ପର୍ଯ୍ୟନ୍ତ ସେ କହି ଆସିଛନ୍ତି।

ସମ୍ବନ୍ଧିତ ଖବର