ଜେଟ୍‌ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର, ଅଫିସରେ ଇଡି ଚଢଉ

ନୂଆଦିଲ୍ଲୀ : ଦେବାଳିଆ ହୋଇଯାଇଥିବା ବିମାନସେବା କମ୍ପାନି ଜେଟ ଏୟାରୱେଜ ର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ନରେଶ ଗୋଏଲଙ୍କ ଘର, ଅଫିସ ସମେତ ୧୨ଟି ସ୍ଥାନରେ ଆଜି  ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ପକ୍ଷରୁ ଚଢଉ କରାଯାଇଛି । ଗୋଏଲ ବିଦେଶୀ ବିନିମୟ ମୁଦ୍ରା ଆଇନର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏହି ଚଢଉ କରାଯାଇଛି । ଗୋଏଲଙ୍କ ଦିଲ୍ଲୀ ଓ ମୁମ୍ବାଇରେ ଥିବା ବାସଭବନ ଓ ଅଫିସରେ ଚଢଉ କରାଯାଇଛି ।

ଇଡି ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ  ସେ ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) କରିଥିବା ଅଭିଯୋଗର ତଦନ୍ତ ଓ ପ୍ରମାଣ ସଂଗ୍ରହ ପାଇଁ ଏହି ଚଢଉ କରାଯାଇଛି । ଆର୍ଥିକ ସଂକଟ କାରଣରୁ ଗତ ଏପ୍ରିଲ ୧୭ରେ ଜେଟ ଏୟାରୱେଜ ନିଜର ଉଡାଣ ବନ୍ଦ କରିଥିଲା । ଏହା ପୂର୍ବରୁ ଗତ ମାର୍ଚ୍ଚମାସରେ ନରେଶ ଗୋଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଗୋଏଲ କମ୍ପାନିର ପାଣ୍ଠି ହେରଫେର କରିଥିବା କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଗତ ଜୁଲାଇ ମାସରେ ତଦନ୍ତ କରି ଜାଣିବାକୁ ପାଇଥିଲା ।

ସମ୍ବନ୍ଧିତ ଖବର