ଭଦ୍ରାଙ୍କୁ ଇଡିର ତୃତୀୟ ଜେରା, ୨୨ ଘଣ୍ଟା ଜେରା ସରିଛି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃତୀୟ ଥର ପାଇଁ ଜେରା କରିଛି। ଏହି ମାମଲାରେ ଭଦ୍ରାଙ୍କୁ ଇଡି ମୋଟ ୨୨ ଘଣ୍ଟା ଜେରା କରିସାରିଛି। ଆଜି ସକାଳେ ରବର୍ଟ ଭଦ୍ରା ପୂର୍ବାହ୍ନ ୧୦ଟା ୪୫ରେ ଇଡି ଦପ୍ତରରେ ହାଜର ହୋଇଥିଲେ ଏବଂ ତାଙ୍କୁ ୮ ଘଣ୍ଟା ଧରି ଜେରା କରାଯାଇଥିଲା। ଏହା ପୂର୍ବରୁ ବୁଧବାର ଏବଂ ଗୁରୁବାର ଦିନ ଭଦ୍ରାଙ୍କୁ ଦୁଇଟି ପର୍ଯ୍ୟାୟରେ ଜେରା ହୋଇଥିଲା। ତେବେ ତାଙ୍କଠାରୁ କୌଣସି ସନ୍ତୋଷଜନକ ଜବାବ ମିଳିନଥିବା ଜଣାପଡ଼ିଛି। ପ୍ରଥମ ଦୁଇ ପର୍ଯ୍ୟାୟ ଜେରା ବେଳେ ଭଦ୍ରାଙ୍କୁ ଇଡି କାର୍ଯ୍ୟାଳୟରେ ଛାଡ଼ିବା ପାଇଁ ତାଙ୍କ ପତ୍ନୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯାଇଥିଲେ। ପ୍ରଥମ ପର୍ଯ୍ୟାୟ ଜେରା ପରେ ଇଡିକୁ ଭଦ୍ରା କେତେକ ଦସ୍ତାବିଜ ଦେଇଥିବା ଜଣାପଡ଼ିଛି। ଭଦ୍ରାଙ୍କ ଓକିଲ କହିଛନ୍ତି ଯେ ତାଙ୍କୁ ପଚରାଯାଇଥିବା ପ୍ରତ୍ୟେକଟି ପ୍ରଶ୍ନର ସେ ଜବାବ ଦେଇଛନ୍ତି।

ସମ୍ବନ୍ଧିତ ଖବର