ତେଲେଙ୍ଗାନାକୁ ବ୍ୟାପିଲା ନିପା ଭୂତାଣୁ : ୨ ରୋଗୀଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ପଠାଗଲା

ହାଇଦ୍ରାବାଦ : କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭୂତାଣୁ କର୍ଣ୍ଣାଟକ ପରେ ଏବେ ତେଲେଙ୍ଗାନାରେ ପହଞ୍ଚିଥିବା ଜଣାପଡ଼ିଛି। ତେଲେଙ୍ଗାନାର ୨ ଜଣ ନିପାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ଏବଂ ସେମାନଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ପୁନେ ପଠାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନିକଟରେ କେରଳ ଯାଇଥିଲେ। ତେବେ କେରଳରେ ଏହି ଭୂତାଣୁ ବ୍ୟାପିଥିବା କୋଝିକୋଡ଼କୁ ସେ ଯାଇନଥିଲେ। ଅନ୍ୟ ଆକ୍ରାନ୍ତ ଜଣକ ନିକଟରେ କେରଳ ଯାଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର