ଶ୍ରୀନଗର: ‘ମୋ ପୁଅଟାରେ! ଭଗବାନଙ୍କ ପାଇଁ ଫେରିଆ। ତୁ ଆମ ସମସ୍ତଙ୍କୁ ଅସୁବିଧାରେ ପକାଇ ଦେଇଛୁ। ଆମେ କେମିତି ବଞ୍ଚିବୁ? ପୂର୍ବରୁ ମୁଁ ହିଁ କେବଳ ବେମାରରେ ପଡ଼ିଥିଲି। ଏବେ ତୋ ମାଆର ସ୍ୱାସ୍ଥ୍ୟବସ୍ଥା ବି ଭଲ ନାହିଁ। ଆମେ କ’ଣ ଏହି ଦିନ ଦେଖିବାକୁ ତୋତେ ପାଳିଥିଲୁ?’ ଅନନ୍ତନାଗର ଜଣେ ବୟସ୍କ ବ୍ୟକ୍ତି ଆତଙ୍କବାଦୀ ସାଜିଥିବା ନିଜ ପୁତ୍ରକୁ ଏପରି ନିବେଦନ କରି ଘରକୁ ଫେରି ଆସିବାକୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନନ୍ତନାଗର ଅଶ୍ୱରଓ୍ଵାରାର କନନଓ୍ଵାଲର ବାସିନ୍ଦା ୭୦ ବର୍ଷିଅ ଗୁଲାମ ମହମ୍ମଦ ନିଜ ପତ୍ନୀ ସହ ମିଶି ସୋସିଆଲ୍ ମିଡିଆରେ ନିଜ ପୁତ୍ରକୁ ଫେରାଇ ଆଣିବାକୁ ଏପରି ପୋଷ୍ଟ୍ ଦେଇଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଲାମ ମହମ୍ମଦ ନିଜ ପୁତ୍ର ରୋଶନ ଜମିର୍ଙ୍କୁ ଅତି ନିସହାୟ ଭାବେ ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି।
ଅନନ୍ତନାଗର ଏସିପି ମହମ୍ମଦ ଉଲ୍ତାଫ ଖାନ କହିଛନ୍ତି କି ‘ରୋଶନ ଜମିର୍ ପାଖାପାଖି ୧ ବର୍ଷ ହେବ ଆତଙ୍କବାଦ ସଂଗଠନରେ ସାମିଲ୍ ହୋଇଛନ୍ତି। ଆତଙ୍କବାଦୀ ହେବା ପୂର୍ବରୁ ଜମିର୍ ଏକ ଜେସିବି ମେସିନ୍ ଚାଳକ ଥିଲେ। ତାଙ୍କ ବାପା ଜଣେ ଟ୍ରକ୍ଟର ଚାଳକ।
ଜମିର ତାଙ୍କ ସଂପର୍କୀୟ ଭାଇ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ସଂପର୍କରେ ଆସି ଆତଙ୍କବାଦ୍ରେ ସାମିଲ୍ ହୋଇଥିବା କଥା ପରିବାର ଲୋକ ମତ ଦେଇଛନ୍ତି। ହିଜ୍ବୁଲ୍ ପ୍ରଥମେ ଜମିରଙ୍କ ସହ ସଂପର୍କ ବଢ଼ାଇବା ପରେ ତାଙ୍କୁ ଆତଙ୍କବାଦ୍ ରାସ୍ତାକୁ ନେବାକୁ ପ୍ରବର୍ତ୍ତାଇ ଥିଲା।