ଭୋଟରଙ୍କୁ ପ୍ରଭାବିତ କରିବାକୁ ରଖାଯାଇଥିଲା ପ୍ରେସର କୁକର, ଧରିଲେ ନିର୍ବାଚନ କମିଶନ

ବାଙ୍ଗାଲୋର: କର୍ଣ୍ଣାଟକରେ ବିଧାନସଭା ଉପ ନିର୍ବାଚନ ପୂର୍ବରୁ ରାଜନୀତି ପାଣିପାଗ ବେଶ ଗରମ ରହିଛି | ନିର୍ବାଚନ ଆୟୋଗ ସୋମବାର ଦିନ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ନିର୍ବାଚନ କମିଶନ ହୋସକୋଟ ବିଧାନସଭା କ୍ଷେତ୍ର ଅଂଚଳରେ ଥିବା ଏକ ଘରୁ ୫୩ଟି ପ୍ରେସର କୁକର ଜବତ କରିଛନ୍ତି | ହୋସକୋଟ ବିଧାନସଭା କ୍ଷେତ୍ରରେ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ଉପ ନିର୍ବାଚନ ହେବାକୁ ଯାଉଛି |

ବର୍ତ୍ତମାନ ନିର୍ବାଚନ ପ୍ରଚାର ଚାଲିଥିବାବେଳେ ନିର୍ବାଚନ ଆୟୋଗଙ୍କ ପାଖରେ ଖବର ପହଞ୍ଚିଥିଲା ଯେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରେସର କୁକର ବଣ୍ଟାଯିବାକୁ ଯୋଜନା କରାଯାଇଛି | ଏଥିପାଇଁ ବହୁ ସଂଖ୍ୟାରେ ପ୍ରେସର କୁକର ଅଣାଯାଇଛି |

ଏହି ଖବର ପାଇବା ପରେ ନିର୍ବାଚନ କମିଶନଙ୍କ ଟିମ ଚଢ଼ାଉ କରି ୫୩ଟି ପ୍ରେସର କୁକର ଜବତ କରିଛି | ଅନ୍ୟପଟେ ଏହି ପ୍ରେସର କୁକର ବାଣ୍ଟିବା ପଛରେ କାହାର ହାତ ରହିଛି ସେ ନେଇ ଜଣାପଡିନାହିଁ | ବଡ କଥା ଯେ ହୋସକୋଟ ଉପନିର୍ବାଚନ ପାଇଁ ବିଜେପିର ବିଦ୍ରୋହୀ ନେତା ଶରତ ବଛେଗୋଡା ନିର୍ବାଚନ ଲଢୁଥିବାରୁ ତାଙ୍କୁ ଦଳରୁ ଆଜି ବହିଷ୍କାର କରିଦିଆଯାଇଛି |

ସମ୍ବନ୍ଧିତ ଖବର