ବିଧାନସଭା ଭ‌ାଂଗିବା କ୍ଷଣି ନିର୍ବାଚନ ଆଚରଣବିଧି

0 49

ନୂଆଦିଲ୍ଲୀ: ନିର୍ଦ୍ଧାରିତ ଅବଧି ଆଗରୁ ବିଧାନସଭାକୁ ଭାଂଗିଦିଆଯିବା ପରେ ସଂପୃକ୍ତ ରାଜ୍ୟର କେୟାର ଟେକର ସରକାରଙ୍କ କ୍ଷେତ୍ରରେ ନିର୍ବାଚନ ଆଚରଣବିଧି ଲାଗୁ କରାଯିବ। ନିର୍ବାଚନ ଆୟୋଗ(ଇସି) ଏହି ଘୋାଷଣା କରିଛନ୍ତି। ଏହାଦ୍ବାରା ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ (କେସିଆର୍) ସରକାରଙ୍କୁ ବଡ଼ ଝଟକା ଲାଗିଛି। କିଛିଦିନ ତଳେ କେସିଆର୍ ରାଜ୍ୟ ବିଧାନସଭାକୁ ଭାଂଗିଦେଇଥିଲେ। ଏହାପରେ ରାଜ୍ୟପାଳ ତାଙ୍କୁ ସରକାରଙ୍କ କେୟାର ଟେକର ଭାବେ ନିଯୁକ୍ତ କରିଥିଲେ। ଏକସ‌ଂଗେ ନିର୍ବାଚନ କରାଯିବା ଦ୍ବାରା ନିର୍ବାଚନ ଜିତିବା କେସିଆର୍‌ଙ୍କ ପକ୍ଷେ କଷ୍ଟକର ହେବ ବୋଲି ଦଳ ଚିନ୍ତା କରିଥିଲା। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ଦ୍ବାରା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବା ପରେ ହିଁ ନିର୍ବାଚନ ଆଚରଣବିଧି ଲାଗୁ ହେଉଥିଲା। କିନ୍ତୁ ବିଧାନସଭା ଆଗୁଆ ଭାଂଗିବା କ୍ଷଣି ହିଁ ସଂପୃକ୍ତ ରାଜ୍ୟରେ ଆଚରଣବିଧି ଲାଗୁ ହେବ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.