ବିଜ୍ଞାପନ ଉପରେ ନିର୍ବାଚନ କମିସନଙ୍କ କଟକଣା

ନୂଆଦିଲ୍ଲୀ : ନିର୍ବାଚନ ଦିନ ଏବଂ ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ଦଳ, ପ୍ରାର୍ଥୀ କିମ୍ବା ସେମାନଙ୍କ ସମର୍ଥକଙ୍କ ଦ୍ବାରା ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇପାରିବ ନାହିଁ। ୨୦୧୯ ଲୋକସଭା ନିର୍ବାଚନର ସମସ୍ତ ୭ଟି ପର୍ଯ୍ୟାୟ ପାଇଁ ଏହା କଡ଼ାକଡ଼ି ଭାବେ ଲାଗୁ ହେବ ଏବଂ ନିର୍ବାଚନ କମିସନଙ୍କ ଯାଞ୍ଚ କମିଟି ଦ୍ବାରା ମଂଜୁରିପ୍ରାପ୍ତ ବିଜ୍ଞାପନ ହିଁ ପ୍ରକାଶ ପାଇବ ବୋଲି କମିସନ ନିଷ୍ପତ୍ତି ନେଇଛନ୍ତି। ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ କମିସନ ତାଙ୍କର ସାମ୍ବିଧାନିକ କ୍ଷମତା ବ୍ୟବହାର କରିଛନ୍ତି। ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ବେଳେ କମିସନ ଏଭଳି ପଦକ୍ଷେପ ନେଇଥିଲେ। ତେବେ ସମଗ୍ର ଦେଶରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କମିସନଙ୍କ ନିଷ୍ପତ୍ତି ଦୀର୍ଘଦିନ ହେଲା ଆଇନ ମନ୍ତ୍ରାଳୟରେ ପଡ଼ି ରହିଛି। ୨୦୧୬ରେ କମିସନ ନିର୍ବାଚନୀ ଆଇନରେ ସଂଶୋଧନ ଆଣି ଏ ଦିଗରେ ପଦକ୍ଷେପ ନେବାକୁ କମିସନ ପ୍ରସ୍ତାବ ଦେଇଥିଲେ। ଏବେ କମିସନ ତାଙ୍କର ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର