ବିମାନବନ୍ଦରରେ ହଜିଲା ନିର୍ବାଚନ କମିସନଙ୍କ ବ୍ୟାଗ୍‌; ଖୋଜାଖୋଜି ପରେ କାର୍‌ରୁ ମିଳିଲା

ଜୟପୁର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ନିଜର ରାଜସ୍ତାନ ଯାତ୍ରା କାଳରେ ନିର୍ବାଚନ କମିସନର୍‌ ସୁନୀଲ ଆରୋରାଙ୍କ ବ୍ୟାଗ୍‌ ଜୟପୁର ବିମାନ ବନ୍ଦରରେ ଚୋରି ହେବା ଖବର ବ୍ୟାପିଯିବା ପରେ ସଂପୃକ୍ତ ଅଞ୍ଚଳରେ କିଛି ସମୟ ପାଇଁ ଖବରଟି ବେଶ୍‌ ଚର୍ଚ୍ଚା ପଲଟିଗଲା।

ଏଏନ୍‌ଆଇରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଚୋରି ଖବର ଶୁଣିବା ପରେ ପୁଲିସ୍‌ ଅଧିକାରୀ ସଞ୍ଜୟ ଅରୋରା ଯାଇ ତତ୍‌କ୍ଷଣାତ ବିମାନ ବନ୍ଦରରେ ପହଞ୍ଚିଥିଲେ। ପୁଲିସ୍‌ ଅଧିକାରୀ ଜଣକ ବିମାନବନ୍ଦରରେ ପହଞ୍ଚି ତଦନ୍ତ ଆରମ୍ଭ କରି ଖୋଜାଖୋଜି କରିବା ପରେ ଶେଷରେ କମିସନର୍‌ଙ୍କ ବ୍ୟାଗ୍‌ଟି ମିଳିଥିଲା। ଜାଣିବାକୁ ମିଳିଛି ଯେ କମିସନର୍‌ଙ୍କ ବ୍ୟାଗ୍‌ଟି ଭୁଲ୍‌ବଶତଃ ଅନ୍ୟ ଜଣକ କାର୍‌ ମଧ୍ୟରେ ରହି ଯାଇଥିଲା।

 

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୧୭-୧୮ ଦୁଇଦିନିଆ ଯାତ୍ରା ପାଇଁ ୩ ଜଣ ନିର୍ବାଚନ କମିସନର ପ୍ରକାଶ ରାଓ୍ଵତ, ସୁନୀଲ ଆରୋରା ଓ ଅଶୋକ ଲାଓ୍ଵସା ପ୍ରସ୍ତୁତ ହେଉଥିବା ବେଳେ ଏହି ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର