ନିର୍ବାଚନ ପାଇଁ ଟଙ୍କା ନିଆଯାଉଥିବା ସନ୍ଦେହ କରି ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଙ୍ଗ ସ୍କ୍ୱାର୍ଡ

ମୁମ୍ବାଇ: ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କର ହେଲିକପ୍ଟରକୁ ଆଜି ଯାଞ୍ଚ କରିଛନ୍ତି ନିର୍ବାଚନ କମିଶନଙ୍କ ଫ୍ଲାଇଙ୍ଗ ସ୍କ୍ୱାର୍ଡ | ତେବେ ଯାଞ୍ଚ ପରେ ସୁପ୍ରିୟା ସେହି ହେଲିକପ୍ଟରରେ ପ୍ରଚାର କରିବାକୁ ଯାଇଥିଲେ | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ମୁରବାଡ଼ ବିଧାନସଭା ଓ ୟେବଲା ବିଧାନସଭା କ୍ଷେତ୍ରରେ ଏନସିପି ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା |

ତେବେ ମହାଲକ୍ଷ୍ମୀ ରେସ କୋର୍ସରେ ଛିଡା ହୋଇଥିବା ହେଲିକପ୍ଟରକୁ ଯାଞ୍ଚ କରିବାକୁ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାର୍ଡ ପହଂଚି ଯାଇଥିଲେ | ହେଲିକପ୍ଟରକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ସାଂସଦ ସୁପ୍ରିୟା ସୁଲେଙ୍କୁ ହେଲିକପ୍ଟରରେ ଯିବାକୁ ଅନୁମତି ଦିଆଯାଇଥିଲା |

ଏହାପରେ ସାଂସଦ ସେହି ହେଲିକପ୍ଟରରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ | ଏଠାରେ ସୂଚନା ଥାଉ କି ମହାରାଷ୍ଟ୍ରରେ ଅକ୍ଟୋବର ୨୧ ତାରିଖ ଦିନ ଭୋଟ୍‌ ଗ୍ରହଣ କରାଯିବ। ଅକ୍ଟୋବର ୨୪ ତାରିଖ ଦିନ ଭୋଟ୍‌ ଗଣନା କରାଯିବ। ଏଥର କଂଗ୍ରେସ-ଏନସିପି ଓ ବିଜେପି-ଶିବସେନା ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ |

ସମ୍ବନ୍ଧିତ ଖବର