ନିର୍ବାଚନ ଚିହ୍ନ ରଦ୍ଦ କରାଯିବ ନାହିଁ କାହିଁକି?

ଆମ୍‌  ଆଦ୍‌ମି ପାର୍ଟିକୁ ନିର୍ବାଚନ କମିସନଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମି ପାର୍ଟି (ଆପ୍‌ )ର ସଙ୍କଟ ଏବେ ପୁଣି ବଢ଼ି ଯାଇଛି। ନିର୍ବାଚନ କମିସନ ଆଜି ଦଳକୁ ନୋଟିସ ଜାରି କରି ପଚାରିଛନ୍ତି ଯେ ଦଳର ନିର୍ବାଚନ ଚିହ୍ନ କାହିଁକି ରଦ୍ଦ କରାଯିବ ନାହିଁ। ନିର୍ବାଚନ କମିସନ ଆୟକର ବିଭାଗର ରିପୋର୍ଟ ଆଧାରରେ ଏହି ନୋଟିସ୍‌ ଜାରି କରିଛନ୍ତି। ଆପ୍‌ ହାଓ୍ଵାଲା ସଂଚାଳକଙ୍କ ଜରିଆରେ ବିପୁଳ ଅର୍ଥ ଚାନ୍ଦା ଆକାରରେ ଆଦାୟ କରିଥିବାରୁ ଏ ବାବଦ ତଥ୍ୟ ଆୟକର ବିଭାଗକୁ ଦେଇପାରିନାହିଁ ବୋଲି କୁହାଯାଉଛି। ଅଜଣା ଉତ୍ସରୁ ବିପୁଳ ଅର୍ଥ ଆପ୍‌୍‌ ଆକାଉଣ୍ଟରେ ଜମା ହୋଇଥିବାରୁ ଏ ବାବଦ ତଥ୍ୟ ପ୍ରଦାନ କରିବାକୁ ଆୟକର ବିଭାଗ ଆପ୍‌କୁ ବାରମ୍ବାର ନୋଟିସ୍‌ ଦେଇଥିଲା। ଦଳ ୧୩ କୋଟି ୧୬ ଲକ୍ଷ ଟଙ୍କାର ହିସାବ ଦେଇପାରି ନଥିବା ବେଳେ ଏହାର ବ୍ୟାଙ୍କ ଖାତାରେ ପ୍ରାୟ ୬୮ କୋଟି ଟଙ୍କା ଚାନ୍ଦା ଆକାରରେ ଜମା ହୋଇଛି। ନିର୍ବାଚନ କମିସନ ଆୟକର ବିଭାଗ ରିପୋର୍ଟ ଆଧାରରେ ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର