ଜମ୍ମୁ-କଶ୍ମୀର ପୌର ନିର୍ବାଚନ ୮ରୁ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଅକ୍ଟୋବର ୨୦ରେ ଭୋଟ୍‌ ଗଣତି ସହିତ ଫଳାଫଳ ପ୍ରକାଶ ପାଇବ ବୋଲି ଶନିବାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଶଲୀନ୍‌ କାବ୍ରା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଧାରା ୩୫-କ ପ୍ରସଙ୍ଗକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ ଏବଂ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ପୌର ଓ ପଂଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ନିକଟରେ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର