ନିର୍ବାଚନ କିମସନରଙ୍କ ସମୀକ୍ଷା ବୈଠକ:ଚର୍ଚ୍ଚାରେ ଗୁଜରାଟ ନିର୍ବାଚନୀ ଅନିୟମିତତା

ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିସନରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ କମିସନର ପାରଦର୍ଶିତା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆଲୋଚନା ହୋଇଛି। ଏହି ସମୀକ୍ଷା ବୈଠକରେ ଗୁଜରାଟ ନିର୍ବାଚନରେ ହୋଇଥିବା ଅନିୟମିତତାକୁ ବିଶେଷଭାବେ ଗୁରୁତ୍ୱାରୋପ କରାଯାଇଛି। ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ଯୋଗୁଁ ନିର୍ବାଚନ କମିସନଙ୍କ ପୋଲ୍‌ ପ୍ୟାନେଲ ସମାଲୋଚନାର ଶିକାର ହୋଇଥିବା ସେମାନେ ମତବ୍ୟକ୍ତ କରିଛନ୍ତି। ନିର୍ବାଚନ କମିସନଙ୍କୁ ନେଇ ଲୋକଙ୍କ ମନରେ ଉପୁଜିଥିବା ସନ୍ଦେହକୁ ଦୂର କରିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ କମିସନରଙ୍କୁ ପ୍ରସ୍ତାବ ଦିଆଯାଇଛି।

ନିର୍ବାଚନ ସମୟରେ ଟଙ୍କା କରାବାରକୁ ରୋକିବା ସହିତ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ପ୍ୟାନେଲ ପ୍ରସ୍ତାବ ଦେଇଛନ୍ତି। ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାରେ ସ୍ୱଚ୍ଛତା ପାଇଁ ମୋଦି ସରକାରଙ୍କ ନିର୍ବାଚନୀ ବଣ୍ଡ ଯୋଜନା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଛି। ଗତବର୍ଷ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଏକା ସଙ୍ଗେରେ ଘୋଷଣା କରିନଥିବାରୁ ନିର୍ବାଚନ କମିସନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ରାଜ୍ୟରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ ବଣ୍ଟନ ଅଭିଯାନ ଯୋଗୁଁ ନିର୍ବାଚନରେ ବିଳମ୍ବ ହୋଇଥିବା ନେଇ ନିର୍ବାଚନ କମିସନ କହିଥିଲେ। କିନ୍ତୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପିକୁ ନିର୍ବାଚନ କମିସନ ସୁଯୋଗ ଦେଉଥିବା କହି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ସେତେବେଳେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର