୧୦୦ ଘଣ୍ଟା ମଧ୍ୟରେ ନିପାତ ହେଲା ପୁଲ୍‌ଓ୍ଵାମା ଆକ୍ରମଣ ଯୋଜନା କରିଥିବା ଜୈସ୍‌ ନେତା: ସେନା

ନୂଆଦିଲ୍ଲୀ: ଫେବ୍ରୁଆରି ୧୪ ପୁଲ୍‌ଓ୍ଵାମା ଆକ୍ରମଣର ଯୋଜନା ଓ ସମ୍ପାଦନ କରିଥିବା ଜୈସ୍‌-ଏ-ମହମ୍ମଦ୍‌ ନେତୃତ୍ୱକୁ ବସ୍‌ ଆକ୍ରମଣର ୧୦୦ ଘଣ୍ଟା ମଧ୍ୟରେ ଭାରତୀୟ ସେନା ନିପାତ କରି ଦେଇଥିବା କଥା ଶ୍ରୀନଗର ଠାରେ ମଙ୍ଗଳବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୧୫ କର୍ପସ୍‌ କମାଣ୍ଡର୍‌ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କେଏସ୍‌ ଧିଲୋଁ କହିଛନ୍ତି।

ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କେଏସ୍‌ ଧିଲୋଁ କହିଛନ୍ତି ଯେ ପାକିସ୍ତାନର ଗୁପ୍ତଚର ଏଜେନ୍‌ସି ଆଇଏସ୍‌ଆଇ ଦ୍ୱାରା ସୀମାପାରିରୁ ପୁଲ୍‌ଓ୍ଵାମା କାର୍‌ ବିସ୍ଫୋରଣ ନିୟନ୍ତ୍ରଣ କରାଯାଇଥିଲା।

ଉପତ୍ୟକାରେ ଥିବା ମାଆମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଲେଫ୍‌ଟନାଣ୍ଟ୍‌ ଧିଲୋଁ ବିନତୀ କରିଛନ୍ତି। ସେ କହିଛନ୍ତି: ବନ୍ଧୁକ ଧାରଣ କରିଥିବା ଯେ କୌଣସି ବ୍ୟକ୍ତି ଆତ୍ମସମର୍ପଣ ନ କଲେ ନିପାତ ହେବେ। ସେମାନଙ୍କ ପୁଅମାନେ ଯେମିତି ବନ୍ଧୁକ ଧାରଣ ନ କରନ୍ତି, ଏ କଥା ନିଶ୍ଚିତ ହେବା ଲାଗି ମୁଁ ଉପତ୍ୟକାର ସମସ୍ତ ମାଆଙ୍କୁ ଅନୁରୋଧ କରୁଛି।

ସେ ଆହୁରି କହିଲେ କି, ଏ ଭଳି ଆକ୍ରମଣ ଦୀର୍ଘ ଦିନ ବ୍ୟବଧାନରେ ଘଟିଛି। ପୂର୍ବେ ଇରାକ୍‌ ଓ ସିରିୟାରେ ଏ ଭଳି ଆକ୍ରମଣ ହୋଇଛି। ଏହି ଚାଲ୍‌କୁ ଆମେ ସମୀକ୍ଷା କରୁଛୁ ଓ ତା’ ଉପରେ ଦୃଷ୍ଟି ରଖିଛୁ।

ସମ୍ବନ୍ଧିତ ଖବର