ଏନ୍‌କାଉଣ୍ଟରରେ ୨ ଜୈସ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସୋପିଆ୍ନ୍ ଜିଲ୍ଲାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଜଣ ଜୈସ-ଇ-ମହମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ନିର୍ଦିଷ୍ଟ ସୂଚନା ପାଇ ଶନିବାର ସେନାର ୩୪-ରାଷ୍ଟ୍ରୀୟ ରାଇଫଲ୍‌ସ ଏବଂ ଏସଓଜି ଯବାନଙ୍କ ଏକ ଯୁଗ୍ମ ଦଳ ଦକ୍ଷିଣ କଶ୍ମୀରର ଗହାଣ୍ଡ ଅଂଚଳ ଘେରିଯାଇ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିବିନିମୟ ହୋଇଥିଲା ଯେଉଁଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥବା ପ୍ରକାଶ।

ସମ୍ବନ୍ଧିତ ଖବର