ଜମ୍ମୁ ଓ କଶ୍ମୀର: କୁଲଗାମ ଠାରେ ଏନ୍‌କାଉଣ୍ଟର୍‌ ଯୋଗୁଁ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ନିରାପତ୍ତା ବଳ ଚଳାଇଥିବା ଏନ୍‌କାଉଣ୍ଟ୍‌ର୍‌ ଯୋଗୁଁ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଖୁଦ୍‌ଓ୍ଵାନି ଅନ୍ତର୍ଗତ ଓ୍ଵାନି ମହଲାରେ ଗୁଳି ବିନିମୟ ଚାଲିଛି।

ଜଣେ ପୁଲିସ ଅଧିକାରୀ କହନ୍ତି: ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତିର ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ନିରାପତ୍ତା ବଳ କର୍ଡନ୍‌-ଆଣ୍ଡ୍‌-ସର୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ସେ ଅଞ୍ଚଳରେ ଅନ୍ୟୂନ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ବିଶ୍ୱାସ କରାଯାଉଛି। ଫସି ରହିଥିବା ଆତଙ୍କବାଦୀମାନେ ହିଁ ପୁଲିସବାଲା ସଲୀମ୍‌ ଶାହାଙ୍କୁ ହତ୍ୟା କରିଥିଲେ।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀମାନେ ତଲାସ ଅଭିଯାନରେ ଥିବା ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ତା’ର ପାଲଟା ଜବାବ ଦେବାରୁ ପରସ୍ପର ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ଗୁଳି ବିନିମୟ ଚାଲିଛି। ଅଧିକ ବିସ୍ତତ ଖବର ପାଇଁ ଅପେକ୍ଷା କରାଯାଇଛି।

କୁଲଗାମ ବାସଭବନରୁ ପୂର୍ବରୁ ଅପହରଣ କରି ନିଆଯାଇଥିବା କନେଷ୍ଟବଳ ସଲିମ୍‌ ଶାହାଙ୍କ ଶବ ପୁଲିସ ଶନିବାର ଦିନ ପାଇଥିଲା। ହିଜ୍‌ବୁଲ୍‌ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବା ସ୍ପଷ୍ଟ ଜଣାପଡୁଛି।

ସମ୍ବନ୍ଧିତ ଖବର