ଜମ୍ମୁ ଓ କଶ୍ମୀର: ପୁଲ୍‌ଓ୍ଵାମାରେ ଚାଲିଛି ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ

ପୁଲ୍‌ଓ୍ଵାମା: ରବିବାର ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।
ଦକ୍ଷିଣ କଶ୍ମୀର ଜିଲ୍ଲା ଅନ୍ତର୍ଗତ ତ୍ରାଲ୍‌ ଅଞ୍ଚଳର ଗୁଲଶନ୍‌ପୋରା ଠାରେ ନିରାପତ୍ତା ବଳ ‘କର୍ଡନ୍‌ ଓ ସର୍ଚ’ ଅଭିଯାନ ଆରମ୍ଭ କରିବା ସମୟରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା। ସେଠାରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସେ ପୁଲିସ ଅଧିକାରୀ କହନ୍ତି, ନିରାପତ୍ତା ବଳ ତଲାସ ଅଭିଯାନ ଚଳାଇବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।

Image Source: Hindustan Times

ଏବେ ମଧ୍ୟ ଗୁଳି ବିନିମୟ ଚାଲିଛି।

ଅନ୍ୟ ଏକ ଘଟଣାରେ ପାକିସ୍ତାନୀ ସେନା ବିଳମ୍ବିତ ଶନିବାରେ ପୁଞ୍ଚ୍‌ ଜିଲ୍ଲାର ଦେଗଓ୍ଵାର୍‌ ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ରାତି ପ୍ରାୟ ୯: ୩୦ରେ ପାକିସ୍ତାନୀ ସେନା ବନ୍ଧୁକ ଚଳାଇବା ସହ ମୋର୍ଟାର୍‌ ନିକ୍ଷେପ କରିଥିବା କଥା ଭାରତୀୟ ସେନାବାହିନୀ କହିଛି। ଭାରତ ଏହାର ଉପଯୁକ୍ତ ଜବାବ ଦେଇଛି।

ସମ୍ବନ୍ଧିତ ଖବର