ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର୍‌ ଯୋଗୁଁ ଇଣ୍ଟର୍‌ନେଟ୍‌ ଏବଂ ଟ୍ରେନ୍‌ ଚଳାଚଳ ବ୍ୟାହତ

ଶ୍ରୀନଗର: ବୁଧବାର ପ୍ରତ୍ୟୁଷରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଲାଲ୍‌ ଚୌକ୍‌ ଠାରେ ଏନ୍‌କାଉଣ୍ଟର୍‌ ବା ଗୁଳି ବିନିମୟ ଆରମ୍ଭ ହୋଇଛି।

ଲାଲ୍‌ ଚୌକ୍‌ର ମେହମ୍ମାନ ମହଲାରେ ଏସ୍‌ଓଜି ଏବଂ ସିଆର୍‌ପିଏଫ୍‌ର ଏକ ମିଳିତ ଦଳ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅଭିଯାନ ଆରମ୍ଭ କରିବା ପରେ ଗୁଳି ବିନିମୟ ଚାଲିଲା ବୋଲି ଖବର ମଳିଛି।

ମଧ୍ୟ ରାତ୍ରୀରୁ ସେଠାରେ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅଭିଯାନ ଆରମ୍ଭ କରାଯାଇଛି।

ସ୍ଥାନୀୟ ଅଞ୍ଚଳ ବାସିନ୍ଦା କହନ୍ତି ଯେ ଭୋର୍‌ ଚାରିଟା ବେଳେ ଗୁଳି ବର୍ଷଣ ଓ ବିସ୍ଫୋରଣ ଭଳି ଶବ୍ଦ ଶୁଭିଲାରୁ ଦକ୍ଷିଣ ଜିଲ୍ଲାର ଅନ୍ତର୍ଗତ ସମ୍ପୂର୍ଣ୍ଣ ଲାଲ୍‌ ଚୌକ୍‌ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

କେତେକ ଆତଙ୍କବାଦୀ ଉପସ୍ଥିତ ଅଛିନ୍ତି ବୋଲି ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ବଳର ମିଳିତ ଦଳ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରିଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସେ ସଂକୀର୍ଣ୍ଣ ଅଞ୍ଚଳରେ ତଲାସୀ ଜୋର୍‌ଦାର୍‌ ହେବାରୁ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରୁକୁ ଗୁଳି ଚାଳଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।

ଲସ୍କର୍‌-ଏ-ତୈବାର ଦୁଇ କିଂବା ତିନି ଜଣ ଆତଙ୍କବାଦୀ ସେ ଅଞ୍ଚଳର ଗୋଟାଏ ବାସଭବନରେ ଲୁଚି ରହିଥିବା ଅନୁମାନ କରାଯାଉଛି।

ଗୁଳିବିନିମୟ ଆରମ୍ଭ ହୋଇ ଯାଇଥିବାରୁ କର୍ତ୍ତୃପକ୍ଷମାନେ ଅନ୍ତନାଗ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ଛିନ୍ନ କରିଛନ୍ତି।
ସତର୍କତାମୂଳକ ପଦକ୍ଷେପସ୍ୱରୂପ ଶ୍ରୀନଗର ରୁ ବାନିହାଲ୍‌ ମଧ୍ୟରେ ରେଳ ଚଳାଚଳ ବାତିଲ କରାଯାଇଛି ବୋଲି ରେଳବାଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର