ଜମ୍ମୁ କଶ୍ମୀର ଏନ୍‌କାଉଣ୍ଟର ୪ ଆତଙ୍କବାଦୀ ନିପାତ

ଶ୍ରୀନଗର ଜମ୍ମୁ କଶ୍ମୀରରେ ଆଜି ସୁରକ୍ଷା ବାହିନୀର ଅପରେସନ ଅଲ୍‌ ଆଉଟ୍‌ରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଏଲଇଟି (ଲସ୍କର ଏ ତୋଏବା) କମାଣ୍ଡର ଥିବା ଜଣାପଡ଼ିଛି। ଆଜି ଅନନ୍ତନାଗ, ଶ୍ରୀନଗର ଏବଂ ବଡ଼୍‌ଗାମ ଜିଲ୍ଲାରେ ସର୍ଚ୍ଚ ଅପରେସନ୍‌ ବେଳେ ଏହି ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା। ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ଶ୍ରୀନଗରରେ କାର୍ଯ୍ୟାନୁଷ୍ଠାନ ସମୟରେ ସୁରକ୍ଷାବାହିନୀ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର