ଉତ୍ତର କାଶ୍ମୀରର ସୋପିଆଁରେ ସେନା-ଆତଙ୍କବାଦୀ ଗୁଳିବିନିମୟ, ଗତ ୨ ଦିନରେ ୩ୟ ଏନକାଉଣ୍ଟର

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରରେ ଗତ ଦୁଇ ଦିନ ମଧ୍ୟରେ ୩ଟି ଏନକାଉଣ୍ଟର ହୋଇଛି । ଗତ କାଲି ବାରାମୁଲା ଓ ବାନ୍ଦିପୋରା ଏନକାଉଣ୍ଟର ପରେ ଆଜି ଅର୍ଥାତ ଶୁକ୍ରବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଆଉ ଏକ ଏନକାଉଣ୍ଟର ହୋଇଛି । ସୋପିଆଁର ଇମାମ ସାହିବଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ବୋଲି ଜାମ୍ମୁ ଓ କାଶ୍ମୀର ପୁଲିସ ଟ୍ଵିଟ କରି ସୂଚନା ଦେଇଛି ।

ଗତକାଲି ବାନ୍ଦିପୁରା ଜିଲ୍ଲା ହିଜିନଠାରେ ଆତଙ୍କବାଦୀମାନେ ୨ଜଣ ସାଧାରଣ ଲୋକଙ୍କୁ ପଣବନ୍ଦୀ ରଖିଥିଲେ । ପରେ ସେନା ଜଣେ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିବାବେଳେ ନାବାଳକଟି ଏପର୍ଯ୍ୟନ୍ତ ପଣବନ୍ଦୀ ହୋଇ ରହିଛି । ଏହା ପୂର୍ବରୁ ଉତ୍ତରକାଶ୍ମୀରର ବାରାମୁଲାଠାରେ ମଧ୍ୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଥିଲା । ଏହି ଏନକାଉଣ୍ଟରରେ ୨ ଆତଙ୍କହାଦୀ ନିହତ ହୋଇଥିଲେ । ବୁଧବାରଠାରୁ ଜିଲ୍ଲାର କଲନତାରାଠାରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗୁରୁବାର ସକାଳେ ଏକ ଘରେ ଆତଙ୍କବାଦୀମାନଙ୍କୁ ଠାବ କରାଯାଇଥିଲା । ଏହି ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି ।

ସମ୍ବନ୍ଧିତ ଖବର