ପୁଲ୍‌ଓ୍ଵାମା ଏନ୍‌କାଉଣ୍ଟର, ଜଣେ ଯବାନ ସହିଦ 

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ସିଆରପିଏଫ୍‌ ଯବାନ ସହିଦ ହୋଇଛନ୍ତି । ଏହି ଘଟଣାରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।  ଗତ ରାତିରେ ବଡ଼ଗାମ୍‌ ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ରାଷ୍ଟ୍ରୀୟ ରାଇଫଲ୍ସ, ରାଜ୍ୟ ପୁଲିସର ସ୍ପେସାଲ ଅପରେସନ ଗ୍ରୁପ୍‌, ଏବଂ ସିଆରପିଏଫ୍‌ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତେବେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ହଠାତ୍‌ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ।  ଏଥିରେ  ସିଆରପିଏଫ୍‌ ଯବାନ   ଜେଡି ମନଦୀପ କୁମାର ସହିଦ ହୋଇଯାଇଥିଲେ। ଏଠାରେ ମଧ୍ୟ ସ୍ଥାନୀୟ ପଥର ଫିଙ୍ଗାଳିମାନେ ପହଞ୍ଚି ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର