ଅଳ୍ପକେ ବର୍ତ୍ତିଲା ବିମାନ : ଉଡାଣ ବେଳେ ଜଣାପଡ଼ିଲା ଗୋଟିଏ ଇଂଜିନ୍‌ କାମ କରୁନାହିଁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ଏକ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଶୁକ୍ରବାର ସକାଳେ ଇଣ୍ଡିଗୋ ଏୟାର ଲାଇନ୍ସର ୬ଇ-୬୮୫ ବିମାନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବା ସମୟରେ ତାହାର ଇଂଜିନ୍‌ ଅକାମୀ ହୋଇଯାଇଥିଲା। ଫଳରେ ପାଇଲଟ ଉଡାଣ କରିପାରି ନଥିଲେ। ଦୁଇ ଇଂଜିନ୍‌ ବିଶିଷ୍ଟ ଏହି ବିମାନର ଗୋଟିଏ ଇଂଜିନ୍‌ କାମ କରୁ ନାହିଁ ବୋଲି ଶେଷ ମୁହୂର୍ତ୍ତର ଜଣାପଡ଼ିଥିଲା।

ଏହି ଘଟଣା ସକାଳ ୭.୪୫ ମିନିଟ୍‌ରେ ଘଟିଥିବା ବେଳେ ଇଣ୍ଡିଗୋ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଏ ସଂପର୍କରେ ଅବଗତ କରି ନ ଥିଲେ। ବିମାନଟି ରନ୍‌େଓ୍ଵ ଉପରେ ଠିଆ ହୋଇ ରହିବା ସହ ଯାତ୍ରୀଙ୍କୁ ବିମାନରେ ବସିବା ଲାଗି କୁହାଯାଇଥିଲା। ଇଂଜିନ୍‌ ଚାଲୁ ନ ଥିବାରୁ ବିମାନ ଭିତରେ ପ୍ରବଳ ଗରମ ଅନୁଭୂତି ହେବାରୁ ଅନେକ ଯାତ୍ରୀ ଏ ନେଇ ଅଭିଯୋଗ କରିଥିଲେ। ବିମାନର ଇଂଜିନିୟର ଏହି ସମୟରେ ଇଂଜିନ୍‌ ସଜାଡିବା ଲାଗି ପ୍ରଚେଷ୍ଟା କରିଥିଲେ।

ଏହା ପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା। ପରେ ଜଣାପଡ଼ିଥିଲା କି ବିମାନ ଲକ୍ଷ୍ନୌରୁ ଛାଡ଼ିବା ଟିକିଏ ପୂର୍ବରୁ ଏହି ତ୍ରୁଟି ପାଇଲଟଙ୍କୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର