ନିଜ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଲଢ଼ିବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ି ଓକିଲ ହେଲେ ଯୁବକ, କିନ୍ତୁ…

ବେଙ୍ଗାଲୁରୁ: ଜଣେ ସପ୍ଟଓୟାର ଇଞ୍ଜିନିୟର ନିଜ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାକୁ ଲଢ଼ିବା ପାଇଁ ଚାକିରି ଛାଡ଼ି ଓକିଲ ହୋଇଥିଲେ । କିନ୍ତୁ ବେଙ୍ଗାଲୁରୁର ଏକ ଅଦାଲତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ଜେଲ ଦଣ୍ଡ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୧୦ବର୍ଷ ହେଲାଣି ଏହି ମାମଲାକୁ ନେଇ କୌଣସି ଶୁଣାଣି କରାଯାଇ ନଥିବା ବେଳେ ଏବେ ଅଭିଯୁକ୍ତ ଯୁବକକୁ ୨ବର୍ଷ ଜେଲ ଦଣ୍ଡ ଦିଆ ଯାଇଥିବା ଜଣା ପଡ଼ିଛି ।

starrfmonline.com

ଜଣେ ମହିଳାଙ୍କ ଅଶ୍ଲୀଳ ଫଟୋ ମେସେଜ ମାଧ୍ୟମରେ ସମସ୍ତଙ୍କୁ ପଠାଉଥିବା ଅଭିଯୋଗରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି ୧୦ବର୍ଷ ହେଲା ଅଟକି ରହିଥିଲା । ସୂଚନା ମୁତାବକ, ୧୦ବର୍ଷ ତଳେ ଜଣେ ମହିଳା ତାଙ୍କ ଅଶ୍ଲୀଳ ଫଟୋ ତାଙ୍କର କେହି ଚିହ୍ନା ଲୋକ ଅନ୍ୟମାନଙ୍କୁ ପଠାଉଥିବା ଅଭିଯୋଗ କରିଥିଲେ । ତଦନ୍ତ ପରେ ଅଭିଯୁକ୍ତ ଶିବପ୍ରସାଦ ବୋଲି ଜଣା ପଡ଼ିବା ପରେ ୨୦୦୮ରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ୍‌ ମିଳିବା ପରେ ଅଭିଯୁକ୍ତ ସପ୍ଟଓୟାର ଇଞ୍ଜିନିୟରର ଚାକିରି ଛାଡ଼ି ଓକିଲ ହେବା ସହ ନିଜ ବିରୋଧରେ ଆଗତ ମାମଲାକୁ ନେଇ ଲଢ଼ିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର