ଭାଇଙ୍କୁ କିଡ୍‌ନି ଦେବାକୁ ଜୀବନ ହାରିଲେ ଇଞ୍ଜିନୟରିଙ୍ଗ୍‌ ଛାତ୍ର

ବଡ଼ୋଦରା: ଅସୁସ୍ଥ ଭାଇକୁ କିଡ୍‌ନି ଦାନ କରିବା ପାଇଁ ଜଣେ ଦ୍ୱିତୀୟ ବାର୍ଷିକୀ ଇଞ୍ଜିନିୟରିଙ୍ଗ୍‌ ଛାତ୍ର ଜୀବନ ହାରିଛନ୍ତି। କିନ୍ତୁ ତାଙ୍କର ଆତ୍ମବଳୀ ବ୍ୟର୍ଥ ହୋଇଛି।

ଶନିବାର ପାହାନ୍ତା ପହରରେ ହଷ୍ଟେଲ୍‌ ରୁମ୍‌ରୁ ତାଙ୍କ ଶବ ଉଦ୍ଧାର କରାଯିବା ବେଳେକୁ ତାହା ପଚି ଆସିଥିଲା।

ବାଲସଦ ଅନ୍ତର୍ଗତ ପର୍ଦି ବାସିନ୍ଦା ୧୯ ବର୍ଷିୟ ନିତାଇ କୁମାର ତାଣ୍ଡେଲ୍‌ ବର୍ଣ୍ଣମା ସ୍ଥିତ ବାବାରିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜିରେ ପଢୁଥିଲେ। ସେଠାକାର ଏକ ହଷ୍ଟେଲ୍‌ର ପ୍ରକୋଷ୍ଠର ସିଲିଙ୍ଗ୍‌ ଫ୍ୟାନ୍‌ରେ ତାଙ୍କ ଶବ ଝୁଲୁଥିବା ଦେଖି ତାଙ୍କ ରୁମ୍‌ମେଟ୍‌ ପୁଲିସ୍‌ ଓ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।

ତାଙ୍କ କୋଠରି ଖାନ୍‌ତଲାସ କରିବା ବେଳେ ପୁଲିସ ଏକ ସୁଇସାଇଡ୍‌ ନୋଟ୍‌ ପାଇଥିଲେ। ତାଙ୍କ ମୃତ୍ୟୁ ବିଷୟ ତଦନ୍ତ ନ କରିବା ଓ କାହାକୁ ନ ପଚାରିବା, ବିଷେଶକରି ବାପମାଆଙ୍କୁ କିଛି ପଚାରିବେ ନାହିଁ।

ଗତ କିଛି ବର୍ଷ ହେବ ଅକାମି ହୋଇଯାଇଥିବା ଏବଂ ଡାଏଲେସିସ୍‌ରେ ଥିବା ତାଙ୍କ ୨୪ ବର୍ଷିୟ ଭାଇ କେନିଶଙ୍କୁ ତାଙ୍କର ଦୁଇଟିଯାକ କିଡ୍‌ନି ଦାନ କରିବାକୁ ସେ ଲେଖିଛନ୍ତି। ତାଙ୍କର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ସବୁକୁ ମଧ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ଦାନ କରିବାକୁ ସେ ଲେଖିଛନ୍ତି।
କିନ୍ତୁ, ପାଇଲା ବେଳକୁ ଶବ ପଚି ଆସିଥିବାରୁ ତାଙ୍କର ଅଂଗ ଦାନ ପାଇଁ ସଂରକ୍ଷଣ କରି ହେବ ନାହିଁ। ଡାକ୍ତରମାନେ ପରୀକ୍ଷା କରି କହୁଛନ୍ତି ମରିବାର ୩୬ ଘଣ୍ଟା ପରେ ଶବ ମିଳିଛି।

ପୁଲିସ କହିବା ଅନୁସାରେ, ୩ୟ ସେମିଷ୍ଟାର୍‌ର କ୍ଲାସ୍‌ ଆରମ୍ଭ ହେବା ସପ୍ତାହେ ପରେ ତାଣ୍ଡେଲ୍‌ ଜୁନ୍‌ ୨୦ ତାରିଖ ଦିନ ପ୍ରତିଷ୍ଠାନରେ ପହଞ୍ଚି ଥିଲେ। ସେ ପହଞ୍ଚିଛନ୍ତି ବୋଲି ତାଙ୍କ ରୁମ୍‌ମେଟ୍‌କୁ ସେ ଇ-ମେଲ୍‌ କରିଥିଲେ।

ଜୁନ୍‌ ୨୦ ତାରିଖ ସନ୍ଧ୍ୟାରେ ମାଆଙ୍କ ସହ ଶେଷଥର କଥାବାର୍ତ୍ତା କରିଥିବା ବେଳେ ତାଙ୍କ ମନରେ ବିଷାଦ ଓ ଅସନ୍ତୋଷର କୌଣସି ଲକ୍ଷଣ ନ ଥିଲା।

ସମ୍ବନ୍ଧିତ ଖବର