ଜେଏନ୍‌ୟୁ: ଆତ୍ମହତ୍ୟା କରିବା ପୂର୍ବରୁ ଏମ୍‌ଏ ପଡ଼ୁଥିବା ଛାତ୍ର ପ୍ରଫେସରଙ୍କୁ ଇ-ମେଲ କରି ଜଣାଇଥିଲେ

ନୂଆଦିଲ୍ଲୀ: ଜେଏନ୍‌ୟୁରେ ଏମ୍‌ଏ ପଢ଼ୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିବା ଖବର ସାମ୍ନାକୁ ଆସିଛି। ଏମ୍‌ଏ (ଇଂରାଜୀ)ର ଦ୍ୱିତୀୟ ବର୍ଷ ଛାତ୍ର ଋଷି ଥମାସ ଶୁକ୍ରବାର ୟୁନିଭର୍ସିଟି ଲାଇବ୍ରେରିରେ ଥିବା ସିଲିଂ ଫ୍ୟାନ୍‌ରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।  ଆତ୍ମହତ୍ୟା ପୂର୍ବରୁ ସେ ଇଂରାଜୀ ବିଭାଗ ପ୍ରଫେସରକୁ ମେଲ ଜରିଆରେ ଆତ୍ମହତ୍ୟା କରୁଥିବା ନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବସନ୍ତକୁଞ୍ଜ ଉତ୍ତର ପୁଲିସ ଥାନାକୁ ଏହି ସମ୍ଭନ୍ଧରେ ମଧ୍ୟାହ୍ଣ ୧୨ଟା ସମୟରେ ଏକ କଲ ଆସିଥିଲା। ସୂଚନା ମିଳିବା ପରେ ପୁଲିସ ସାହି ମାଧବୀ ହଷ୍ଟେଲର ଇନ୍‌ଚାର୍ଜଙ୍କ ସହିତ ସାକ୍ଷାତ କରିଥିଲା, ଯିଏ ତାଙ୍କୁ ଫୋନ୍‌ କରି ଏହି ଆତ୍ମହତ୍ୟା ବିଷୟରେ ଜଣାଇଥିଲେ। ଇନ୍‌ଚାର୍ଜଙ୍କ କହିବାନୁସାରେ ତାଙ୍କୁ ଓ୍ଵାର୍ଡେନ୍‌ଙ୍କ ଠାରୁ ଋଷିର ଆତ୍ମହତ୍ୟା ବିଷୟରେ ଖବର ମିଳିଥିଲା, ଯିଏକି ମାହି ମାଣ୍ଡବି ହଷ୍ଟେଲରେ ରହୁଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଲାଇବ୍ରେରିର ଗୋଟିଏ କୋଠରି ଭିତରୁ ବନ୍ଦ ଥିଲା । ଏହି କୋଠରି ବାଡେଇବାରୁ କେହି ବି ଖୋଲି ନଥିଲେ କି କିଛି ବି ଉତ୍ତର ଦେଇ ନଥିଲେ। ଝରକା ପାଖରୁ ଦେଖିବା ପରେ ଋଷିଙ୍କ ଶବ ଝୁଲିଥିବା ଦେଖିବାକୁ ମିଳିଥିଲା। କବାଟକୁ ଜୋରଜବରଦସ୍ତ ଖୋଲି ଋଷିଙ୍କ ଶବକୁ ବାହାର କରାଯାଇଥିଲା। ସଙ୍ଗେସଙ୍ଗେ ଜେଏନୟୁ ମେଡିକାଲ ରୁମ୍‌କୁ ନିଆ ଯାଇଥିଲା। ସେଠାରେ ଡାକ୍ତର ଋଷିକୁ ମୃତ ବୋଲି ଘୋଷଣା କରିଥିଲେ। ଏପରେ ଋଷିଙ୍କ ପରିବାରକୁ ଏ ନେଇ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର