ତଳ କୋର୍ଟ ବିଚାରପତିଙ୍କୁ ତାଗିଦ କଲେ ପ୍ରଧାନ ବିଚାରପତି, ସୁପ୍ରିମ୍‌ କୋର୍ଟରେ ଇଂରାଜୀ କହିବା ବାଧ୍ୟ

ନୂଆଦିଲ୍ଲୀ: ତଳ କୋର୍ଟର ବିଚାରପତିମାନେ ଶୁଣାଣି କାର୍ଯ୍ୟ ହିନ୍ଦୀରେ କରିପାରିବେ, କିନ୍ତୁ ସୁପ୍ରିମ୍‌ କୋର୍ଟକୁ ଆସିଲେ ସେମାନଙ୍କୁ ଇଂରାଜୀରେ ହିଁ କହିବାକୁ ପଡ଼ିବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି। ଜଣେ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ ପଦୋନ୍ନତି ନେଇ ଶୁଣାଣି ବେଳେ ଉକ୍ତ ଜଜ୍ ହିନ୍ଦୀରେ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିବାରୁ ପ୍ରଧାନ ବିଚାରପତି ଏଥିରୁ ତାଙ୍କୁ ବାରଣ କରିଥିଲେ ଏବଂ ସୁପ୍ରିମ୍‌ କୋର୍ଟରେ ଇଂରାଜୀ କହିବା ବାଧ୍ୟ ବୋଲି କହିଥିଲେ। ତେବେ ଉକ୍ତ ଅତିରିକ୍ତ ଜିଲ୍ଲା ଜଜ୍‌ ଇଂରାଜୀରେ କହିବାକୁ ଅସମର୍ଥ ବୋଲି ପ୍ରଧାନ ବିଚାରପତିଙ୍କୁ କହିଥିଲେ। ପ୍ରଧାନ ବିଚାରପତି ଏଥିରେ ତାଗିଦ କରି ତାଙ୍କୁ କହିଥିଲେ ଯେ ଆପଣ ତଳ କୋର୍ଟରେ ହିନ୍ଦୀରେ ଶୁଣାଣି କରିପାରିବେ ଏବଂ ରାୟ ମଧ୍ୟ ପ୍ରଦାନ କରିପାରିବେ। କିନ୍ତୁ ସୁପ୍ରିମ୍‌ କୋର୍ଟ ଆସିଲେ ଇଂରାଜୀରେ କହିବାକୁ ପଡ଼ିବ। ସୁପ୍ରିମ୍‌ କୋର୍ଟରେ ସମସ୍ତ ବିଚାର ପ୍ରକ୍ରିୟାରେ ଇଂରାଜୀ ଭାଷା ବ୍ୟବହାର କରାଯାଇଥାଏ। ସମ୍ବିଧାନର ଧାରା ୩୪୮ରେ ଏହା ଉଲ୍ଲେଖ କରାଯାଇଛି ବୋଲି ଜଷ୍ଟିସ ଗୋଗୋଇ କହିଛନ୍ତି।

ସମ୍ବନ୍ଧିତ ଖବର