ଭଗବାନ ଆୟାପ୍ପା ନୈଷ୍ଠିକ ବ୍ରହ୍ମଚାରୀ ବେଶରେ ଅଛନ୍ତି, ନାରୀମାନଙ୍କ ପ୍ରବେଶ ଧାର୍ମିକ ମାନ୍ୟତା ବିରୋଧୀ

ସାବ୍ରିମାଲାରେ ମହିଳା ପ୍ରବେଶ ନିଷ୍ପତ୍ତିକୁ ବିରୋଧ

ନୂଆଦିଲ୍ଲୀ : କେରଳର ସାବ୍ରିମାଲା ପୀଠରେ ନାରୀମାନଙ୍କ ପ୍ରବେଶ କଟକଣା ଉଠାଇଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିବାରୁ ଏହାକୁ ବିରୋଧ କରିଛି ମନ୍ଦିର ପ୍ରଶାସନ । ଧାର୍ମିକ ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ପିପୁଲ ଫର ଧର୍ମ ନାମକ ସଂସ୍ଥା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବି ଜେ. ସାଇ ଦୀପକ ଯୁକ୍ତି ବାଢିଛନ୍ତି ।

ଏଥିରେ ହସ୍ତକ୍ଷେପ କରିବା ସମ୍ବିଧାନର ଧାରା ୨୧ର ବିରୁଦ୍ଧାଚରଣ କରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ମନ୍ଦିରରେ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ପ୍ରବେଶ ଅନୁମତି ରହିଛି । କିନ୍ତୁ ୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳା ଏଠାକୁ ପ୍ରବେଶ କରିପାରିବେ ନାହିଁ । ମନ୍ଦିରର ପ୍ରାଚୀର ପରମ୍ପରା ଅନୁସାରେ ମନ୍ଦିରର ଅଧିଷ୍ଠାତ୍ରା ଦେବତା ଭଗବାନ ଆୟାପ୍ପା ନୈଷ୍ଠିକ ବ୍ରହ୍ମଚାରୀ ବେଶରେ ଅଛନ୍ତି । ଏହି କାରଣରୁ ମନ୍ଦିରରେ ନିର୍ଦ୍ଦିଷ୍ଟ ବୟସର ମହିଳାଙ୍କ ପ୍ରବେଶ ମନା । ଏହାକୁ ଉଲ୍ଲଙ୍ଘନ କଲେ ତାହା ମନ୍ଦିରର ଧାର୍ମିକ ମାନ୍ୟତାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି । ମୁଖ୍ୟ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠକୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନର ୨୧ ଧାରା ଅନୁସାରେ ମନ୍ଦିରର ଦେବତାଙ୍କର ମଧ୍ୟ ସାମ୍ବିଧାନିକ ଅଧିକାର ରହିଛି ।

ସମ୍ବନ୍ଧିତ ଖବର