୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ୮.୬୫% କୁ ବୃଦ୍ଧି

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପିଏଫ ଜମା ସୁଧହାରକୁ ୮.୬୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ୨୦୧୭-୧୮ରେ ଏହା ୮.୫୫ ପ୍ରତିଶତ ଥିଲା । ତା ପୂର୍ବ ବର୍ଷ ଅର୍ଥାତ ୨୦୧୬-୧୭ରେ ଏହା ୮.୬୫ ପ୍ରତିଶତ ଥିଲା ।
ଏହା ଦ୍ୱାରା ସାରାଦେଶରେ ଥିବା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ । ଇପିଏଫଓର ଏହି ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି । କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ହେଉଛି ଇପିଏଫଓର ସର୍ବୋଚ୍ଚ ପରିଚାଳନା ସଂସ୍ଥା । ଏହି ବୋର୍ଡ ବୈଠକରେ ହିଁ ସୁଧ ହାର ବଢାଇବା ଉପରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୋର୍ଡର ମଂଜୁରୀ ପାଇବା ପରେ ଏହି ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ଏହା ପରେ ହିଁ ବର୍ଦ୍ଧିତ ସୁଧହାର ଲାଗୁ ହେବ ।

ସମ୍ବନ୍ଧିତ ଖବର